ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

କଟକ : ପାରିବାରିକ ବିବାଦ ରେ ଛନ୍ଦିହେଲେ ଓଲିଉଡ଼ ଗାୟକ ହ୍ୟୁମାନ ସାଗର I ଗତକାଲି ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ କରି ଥାନାରେ ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ଶ୍ରୀୟା ମିଶ୍ର I ଏହି ପାରିବାରିକ ବିବାଦରେ ଉଭୟଙ୍କୁ ପୃଥକ ଭାବରେ କାଉନ୍ସେଲିଂ କରାଯିବ I ତେବେ ପତ୍ନୀଙ୍କ ଅଭିଯୋଗ ନେଇ ହ୍ୟୁମାନ ସାଗର କିଛି ଜାଣି ନାହାନ୍ତି ବୋଲି କହିବା ସହ ପୋଲିସର ସମାନ ପାଇ ଆସିଥିବା କଥା କହିଛନ୍ତି I ହ୍ୟୁମାନ ଓ […]

Samaya Live Picture
Published On

କଟକ : ପାରିବାରିକ ବିବାଦ ରେ ଛନ୍ଦିହେଲେ ଓଲିଉଡ଼ ଗାୟକ ହ୍ୟୁମାନ ସାଗର I ଗତକାଲି ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ କରି ଥାନାରେ ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ଶ୍ରୀୟା ମିଶ୍ର I ଏହି ପାରିବାରିକ ବିବାଦରେ ଉଭୟଙ୍କୁ ପୃଥକ ଭାବରେ କାଉନ୍ସେଲିଂ କରାଯିବ I ତେବେ ପତ୍ନୀଙ୍କ ଅଭିଯୋଗ ନେଇ ହ୍ୟୁମାନ ସାଗର କିଛି ଜାଣି ନାହାନ୍ତି ବୋଲି କହିବା ସହ ପୋଲିସର ସମାନ ପାଇ ଆସିଥିବା କଥା କହିଛନ୍ତି I

ହ୍ୟୁମାନ ଓ ଶ୍ରୀୟା ପ୍ରତିଯୋଗୀ ଭାବେ ସଂଗୀତ ଭିତ୍ତିକ ରିଅଲିଟି ସୋରେ ଭଏସ ଅଫ ଓଡ଼ିଶା ସିଜନ-୨ରେ ଭାଗ ନେଇଥିଲେ । ସୋ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସୋରେ ହ୍ୟୁମାନ ସାଗର ବିଜେତା ହୋଇଥିଲେ ।୨୦୧୭ ମସିହାରେ ଉଭୟ ବିବାହ କରିଥିଲେ । ଶ୍ରୀୟା ବାଲେଶ୍ୱର ବାସିନ୍ଦା ହୋଇଥିବା ବେଳେ ହ୍ୟୁମାନଙ୍କ ଘର ବଲାଙ୍ଗିରରେ । ଉଭୟ ଏକାଠି ଅନେକ ଗୀତ ଗାଇଛନ୍ତି । ଉଭୟଙ୍କ ଗୋଟିଏ ଝିଅ ଅଛି ।

ସୂଚନାନୁସାରେ ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ଗତକାଲି ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିଲେ ।

Tags: