ହୁମାଙ୍କ ସମର୍ଥନ

ହୁମାଙ୍କ ସମର୍ଥନ
Ipsita Picture
By: Ipsita
Published On


ଅଭିନେତ୍ରୀ ହୁମା କୁରେସି ବର୍ତ୍ତମାନ ନିଜ ବୟାନ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ପାପରାଜି ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଜୟା ବଚ୍ଚନ ଦେଇଥିବା ମନ୍ତବ୍ୟ ସବୁଆଡେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜୟାଙ୍କ ମତରେ ପାପରାଜିମାନେ ଅସଲ ସାମ୍ବାଦିକ ନୁହନ୍ତି । ଏମାନେ ଖରାପ ପୋଷାକ ପିନ୍ଧିବା ସହିତ ହାତରେ ମୋବାଇଲ ଧରି ସବୁବେଳେ ଅନ୍ୟମାନଙ୍କ ଫଟୋ ଉଠାଇବା ପାଇଁ ବ୍ୟସ୍ତ ଥାଆନ୍ତି । ଏମାନଙ୍କୁ ସାମ୍ବାଦିକରେ ଗଣା ଯିବନାହିଁ ବୋଲି ଜୟା ମତ ରଖିଥିଲେ । ହେଲେ ହୁମା ଜୟାଙ୍କ ବିପକ୍ଷରେ ମତ ଦେଇଛନ୍ତି । ହୁମାଙ୍କର ପାପରାଜିଙ୍କ ସହିତ ଖୁବ ଭଲ ସମ୍ପର୍କ ଅଛି ବୋଲି ସେ କହିଛନ୍ତି । ସେହିଭଳି ଜଣେ ସେଲିବ୍ରିଟି ହିସାବରେ ଏହା ମଧ୍ୟ ଖୁବ ଜରୁରୀ ବୋଲି ହ୍ୟୁମା କହିଛନ୍ତି । ଏହାସହ ଯେତେବେଳେ ଆବଶ୍ୟକତା ପଡିଥାଏ ହୁମା ନିଜେ ପାପରାଜିଙ୍କୁ ଡାକି ଥାଆନ୍ତି ବୋଲି କହିଛନ୍ତି । ଯେତେବେଳେ ସେଲିବ୍ରିଟିଙ୍କୁ ନିଜର କୌଣସି ପ୍ରୋଜେକଫ ପ୍ରମୋଟ କରିବାର ହୁଏ ଏବଂ ନିଜ ବ୍ୟକ୍ତିଗତ ଜୀବନର କିଛି ଅଂଶ ଲୋକଙ୍କୁ ଦେଖେଇବାକୁ ଇଚ୍ଛା ହୁଏ ସେତେବେଳେ ସେମାନେ ପାପରାଜିଙ୍କୁ ଡାକିଥାଆନ୍ତି ବୋଲି ହୁମା ମତ ଦେଇଛନ୍ତି । ତେଣୁ କେବେହେଲେ ବି ସବୁ ଦୋଷ ସେମାନଙ୍କର ନୁହେଁ । ସେହିଭଳି ଯେଉଁ ଫଟୋକୁ ଆମେ ମନାକରୁ ପୋଷ୍ଟ କରନ୍ତୁ ନାହିଁ ବୋଲି ସେମାନେ ଏହି କଥାକୁ ମଧ୍ୟ ଶୁଣନ୍ତି ଏବଂ ଫଟୋ ପୋଷ୍ଟ ମଧ୍ୟ କରନ୍ତି ନାହିଁ । ତେଣୁ ତାଙ୍କର ପାପରାଜିଙ୍କ ସହ ଖୁବ ଭଲ ସମ୍ପର୍କ ବୋଲି ସେ କହିଛନ୍ତି । ଏହାସହ ପାପାରାଜିଙ୍କର ନକରାତ୍ମକ ଦିଗରେ ମଧ୍ୟ ହୁମା ଏହି ସାକ୍ଷାତକାରରେ କଥା ହୋଇଛନ୍ତି । ବେଳେବେଳେ ସେମାନେ ଏଭଳି ପ୍ରଶ୍ନ ପଚାରନ୍ତି ଯାହା ବ୍ୟକ୍ତିଗତ ଜୀବନକୁ ନେଇ ଥାଏ, ଯାହା ଉଚିତ ନୁହେଁ ।

Tags: