ପରିଶ୍ରମର ଫଳ ପାଇଛନ୍ତି ହ୍ରିତିକ
ସମୟ ଲାଇଭ୍, ୧୭/୧୦: ଫିଗରକୁ ନେଇ ଖୁବ୍ ଚର୍ଚ୍ଚାରେ ହ୍ରିତିକ୍ ରୋଶନ। ଗତ ଦୁଇ ତିନି ମାସରେ ତାଙ୍କର ସୁପରହିଟ୍ ୨ଟି ଚଳଚିତ୍ର ରିଲିଜ୍ ହୋଇଥିବାବେଳେ ଉଭୟ ଚଳଚ୍ଚିତ୍ର ଭଲ ବ୍ୟବସାୟ କରିଛି। ହ୍ରିତିକ୍ଙ୍କର ଭିନ୍ନ ଦୁଇ ଲୁକ୍ସ୍କୁ ନେଇ ଯୁବକମାନେ କରିଛନ୍ତି ଆଇଡଲ ତ ଆଉ ଗୋଟେପଟେ ଝିଅମାନେ ପୁରା ଦିୱାନା। କିନ୍ତୁ ଏହି ଦିୱାନଙ୍ଗୀ ସୃଷ୍ଟି କରିବା ପୂର୍ବରୁ ହ୍ରିତିକ୍ କରିଛନ୍ତି ବହୁତ ପରିଶ୍ରମ। ମାୟାନଗରୀ ମୁମ୍ବାଇରେ ରହୁଥିବା ହ୍ରିତିକ୍ଙ୍କର ବିହାର ସହିତ କୌଣସି […]
ସମୟ ଲାଇଭ୍, ୧୭/୧୦: ଫିଗରକୁ ନେଇ ଖୁବ୍ ଚର୍ଚ୍ଚାରେ ହ୍ରିତିକ୍ ରୋଶନ। ଗତ ଦୁଇ ତିନି ମାସରେ ତାଙ୍କର ସୁପରହିଟ୍ ୨ଟି ଚଳଚିତ୍ର ରିଲିଜ୍ ହୋଇଥିବାବେଳେ ଉଭୟ ଚଳଚ୍ଚିତ୍ର ଭଲ ବ୍ୟବସାୟ କରିଛି। ହ୍ରିତିକ୍ଙ୍କର ଭିନ୍ନ ଦୁଇ ଲୁକ୍ସ୍କୁ ନେଇ ଯୁବକମାନେ କରିଛନ୍ତି ଆଇଡଲ ତ ଆଉ ଗୋଟେପଟେ ଝିଅମାନେ ପୁରା ଦିୱାନା। କିନ୍ତୁ ଏହି ଦିୱାନଙ୍ଗୀ ସୃଷ୍ଟି କରିବା ପୂର୍ବରୁ ହ୍ରିତିକ୍ କରିଛନ୍ତି ବହୁତ ପରିଶ୍ରମ।

ମାୟାନଗରୀ ମୁମ୍ବାଇରେ ରହୁଥିବା ହ୍ରିତିକ୍ଙ୍କର ବିହାର ସହିତ କୌଣସି ସମ୍ପର୍କ ନଥିଲେ ମଧ୍ୟ ସୁପର – ୩୦ରେ ଆନନ୍ଦଙ୍କ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ବିହାରି ହେବାକୁ ପଡିଥିଲା। ସୁପର-୩୦ର ସଫଳତା ପରେ ତାଙ୍କୁ ପୁଣି କମ୍ବ୍ୟାକ୍ କରିବାକୁ ଥିଲା ୱାର ପାଇଁ। ଯେଉଁଥିରେ ସେ ତାଙ୍କ ୬-ପ୍ୟାକ୍ ଲୁକ୍ରେ ପୁଣିଥରେ ନଜର ଆସିଥିଲେ।ଏଭଳି ଏକ ସମ୍ବେଦନଶୀଳ ଓ ଚ୍ୟାଲେଞ୍ଜିଂ ରୋଲ ପାଇଁ ନିଜର ଚିରାଚରିତ ଜୋନ୍ରୁ ବାହାରି ହିତିକ୍ଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଲଗା ଢଙ୍ଗରେ ପ୍ରସ୍ତୁୂତ ହେବାକୁ ପଡିଥିଲା।କୋଟି କୋଟି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରି ଯେଉଁ ଚଚ୍ଚଳଚିତ୍ର ନିର୍ମାଣ କରାଯାଇଥିଲା ସେଥିରେ ଏବେ ସାର୍ଥକ ହୋଇଛନ୍ତି ବଲିଉଡ ଷ୍ଟାର ହ୍ରିତିକ୍।
ତେବେ ଏହି ଚଳଚ୍ଚିତ୍ରରେଯେଉଁ ଭଳି ବିହାରୀ କରିଛନ୍ତି ଏବଂ ତାଙ୍କ ବଡି ଲାଙ୍ଗୁଏଜ୍ ପାଇଁ କରିଥିଲେ ବହୁତ ପରିଶ୍ରମ। ଭୋଜପୁରୀ ଭାଷାକୁ ସେ ବହୁତ ଦିନ ଧରି ଅଭ୍ୟାସ କରିଥିଲେ ଏବଂ ତା ସହିତ ୱାର ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ। ଦୁଇଟି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି କରିବା ହ୍ରିତିକଙ୍କ ପାଇଁ ଏତେ ସହଜ ନଥିଲା। ଗୋଟିଏ ଚଳଚ୍ଚିତ୍ରରେ ସାଧାରଣ ଲୋକ ଭୂମିକାରେ ନଜର ଆସିଥିବାବେଳେ ଅନ୍ୟଟିରେ ତାଙ୍କର ହ୍ୟାଣ୍ଡସମ କର୍ଭି ଆଣ୍ଡ ରିଷ୍ଟନିଂ ଫିଗର ପାଇଁ ମଧ୍ୟ ସେ ପରିଶ୍ରମ କରୁଥିଲେ।। ତେବେ ଭୋଜପୁରୀ ଭାଷାକୁ ଠିକ୍ ଭାବରେ କହିବା ପାଇଁ ସେ ଜଣେ ଟ୍ରେନରଙ୍ ସହାୟତା ନେଇଥିଲେ। ସୁପର-୩୦ରେ ଆନନ୍ଦଙ୍କ ଭୂମିକରେ ଖୁବ୍ ନିପୁଣତାର ସହ ସେ ଅଭିନୟ କରିଥିଲେ। ତାଙ୍କର ପରିଶ୍ରମର ଫଳ ଅନୁଯାୟୀ ଏହି ଚଳଚ୍ଚିତ୍ର ୧୦୦ କୋଟି ବିଜନେସ୍ ଅତିକ୍ରମ କରିଥିଲା। ଚର୍ଚ୍ଚିତ ସୁପର-୩୦ କେବଳ ତାଙ୍କ ଫ୍ୟାନ୍ସଙ୍କୁ ନୁହେଁ କ୍ରିଟିକ୍ସମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି।
ବଲିଉଡ ସୁପରଷ୍ଟାର ହ୍ରିତିକ୍ଙ୍କ ଡ୍ୟାନ୍ସ ଷ୍ଟେପ୍ରେ ପୁରା ଯୁବପିଢୀ ମତୁଆଲା ହୋଇଉଠନ୍ତି। ସୁପର-୩୦ରେ ଗ୍ରେନ୍ ମ୍ୟଥ୍ମେଟିସିଆନ୍ଙ୍କ ଆନନ୍ଦ କୁମାରଙ୍କ ଭୁମିକାରେ ଆସିଥିଲେ। ଏଥବପାଇଁ ବହୁ ପରିଶ୍ରମ ଓ ଧୈର୍ଯ୍ୟର ସାମ୍ନା କରିବାକୁ ପଡି ଥିଲା ଏବଂ ରାତି ଦିନ ଏକ କରିଦେଇଥିଲେ ଏହି ସୁପରଷ୍ଟାର।
ଏହି ଚଳଚ୍ଚିତ୍ରଟି ଜଣେ ଶିକ୍ଷକ ଓ ସମାଜର କିଛି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ନେଇ ଗତିଶୀଳ ଓ ସେମାନେ କିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହା ଦର୍ଶାଯାଇଛି।
Tags:




