ହ୍ରିତିକଙ୍କୁ ମିଳିଥିଲା ପ୍ରଥମ ଅଫର

ହ୍ରିତିକଙ୍କୁ ମିଳିଥିଲା ପ୍ରଥମ ଅଫର
Ipsita Picture
By: Ipsita
Published On

 

୨୦୦୪ରେ ରିଲିଜ ବଲିଉଡର ସବୁଠାରୁ ଲୋକପ୍ରିୟ ରୋମାଣ୍ଟିକ କମେଡି ଚଳଚ୍ଚିତ୍ର 'ହମ୍ ତୁମ୍'  କୁ ନେଇ ନିର୍ଦ୍ଦେଶକ କୁନାଲ କୋହଲି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛନ୍ତି । ଏହି ଫିଲ୍ମ ପାଇଁ ସୈଫ୍ ଅଲ୍ଲୀ ଖାନଙ୍କ ପୂର୍ବରୁ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ଅଫର୍ ଦିଆଯାଇଥିଲା । ନିକଟରେ ଏକ ସାକ୍ଷାତକାରରେ କୁନାଲ କହିଛନ୍ତି ଯେ, ହ୍ରିତିକଙ୍କୁ ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିଲା । ହେଲେ ସେହି ସମୟରେ ତାଙ୍କର ଅନ୍ୟ ଏକ ଫିଲ୍ମ 'ମୈ ପ୍ରେମ କି ଦିୱାନୀ ହୁଁ' ବକ୍ସ ଅଫିସରେ ବିଫଳ ହୋଇଥିବାରୁ ସେ ନିଜର ଆତ୍ମବିଶ୍ୱାସ ହରାଇ ବସିଥିଲେ । ତେଣୁ ଏହି ଭୂମିକା ପାଇଁ ନିଜକୁ ଉପଯୁକ୍ତ ମନେ କରିନଥିଲେ । ପରବର୍ତ୍ତୀ ସମୟରେ ଏହି ଭୂମିକା ସୈଫ୍ ଅଲ୍ଲୀ ଖାନଙ୍କ ପାଖକୁ ଯାଇଥିଲା, ଯିଏକି କରଣ କପୁର ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମ ଜରିଆରେ ସୈଫ ଦର୍ଶକଙ୍କ ମନ ଜିତିବା ସହ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । କରଣ ଓ ରିୟାଙ୍କର ବର୍ଷ ବର୍ଷ ଧରି ଚାଲିଥିବା ଖଟା-ମିଠା ସମ୍ପର୍କର ଏହି କାହାଣୀ ଆଜି ବି ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଛି । ଏହା ସୈଫଙ୍କ କ୍ୟାରିୟର ଏକ ଟର୍ଣ୍ଣିଂ ପଏଣ୍ଟ ମଧ୍ୟ ସାଜିଥିଲା ।

Tags: