ଭରସା

ଭରସା
Ipsita Picture
By: Ipsita
Published On

 

ଦୀର୍ଘ ସମୟ ଧରି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବୟସ ଏବଂ ଷ୍ଟାର୍ ଇମେଜ୍ ଆଧାରରେ କଳାକାରମାନଙ୍କର ଭୂମିକା ନିର୍ଦ୍ଧାରଣ କରାଯାଉଥିଲା । ଏକ ସମୟ ଏମିତି ଥିଲା ଯେତେବେଳେ ଜଣେ ଅଭିନେତ୍ରୀ ମାର ଚରିତ୍ରରେ ଅଭିନୟ କରିବା ତାଙ୍କ କ୍ୟାରିୟର ପାଇଁ ବିପଦ ବୋଲି ବିବେଚନା କରାଯାଉଥିଲା । ହେଲେ ଓଟିଟି ପ୍ଲାଟଫର୍ମଗୁଡ଼ିକ ଏହି ଚିନ୍ତାଧାରାକୁ ଅନେକାଂଶରେ ବଦଳାଇ ଦେଇଛନ୍ତି । ଏବେ କାହାଣୀ ଏବଂ ଚରିତ୍ର ଉଭୟଙ୍କୁ ପ୍ରାଥମିକତା ଦିଆଯାଉଛି, ଯେଉଁଥିପାଇଁ କଳାକାରମାନେ ନିଜର ପ୍ରକୃତ ବୟସ ଏବଂ ଅଭିଜ୍ଞତା ଅନୁଯାୟୀ ଭୂମିକା ନିର୍ଭାହ କରିପାରୁଛନ୍ତି ଏବଂ ଦର୍ଶକମାନେ ମଧ୍ୟ ଏହି ପରିବର୍ତ୍ତନକୁ ଗ୍ରହଣ କରିଛନ୍ତି ।

 

ବଢିଛି ଚରିତ୍ରର ଗୁରୁତ୍ବତା

କାଷ୍ଟିଂ ନିର୍ଦ୍ଦେଶକ ପରାଗ ମେହେଟ୍ଟାଙ୍କ ଅନୁଯାୟୀ, ଆଜିର ଦର୍ଶକ କେବଳ ଷ୍ଟାରଡମ୍ ନୁହେଁ, ବରଂ ଭଲ ଚରିତ୍ର ସନ୍ଧାନରେ ଅଛନ୍ତି । ଏହି ଟ୍ରେଣ୍ଡର ଆରମ୍ଭ ନୋଷ୍ଟାଲଜିଆରୁ ହୋଇଥାଇପାରେ, କିନ୍ତୁ ଏହାର ସଫଳତା କେବଳ ପୁରୁଣା ସ୍ମୃତି ଉପରେ ନିର୍ଭରଶୀଳ ନୁହେଁ । କାରଣ ଏହି କଳାକାରମାନଙ୍କ ସହ ଦର୍ଶକଙ୍କ ଭାବନାତ୍ମକ ସମ୍ପର୍କ ଆଜି ମଧ୍ୟ ରହିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରାସଙ୍ଗିକ ହୋଇ ରହିବା ପାଇଁ ଶକ୍ତ ଚରିତ୍ର ଆବଶ୍ୟକ ଏବଂ ଆଜିର କାହାଣୀଗୁଡ଼ିକ କଳାକାରମାନଙ୍କ ବୟସ, ଅଭିଜ୍ଞତା ଓ ବ୍ୟକ୍ତିତ୍ୱ ଅନୁଯାୟୀ ଲେଖାଯାଉଛି । ଏହି କାରଣରୁ ଦର୍ଶକମାନେ ଏବେ ମାଧୁରୀଙ୍କୁ କେବଳ ଗ୍ଲାମରସ୍ କିମ୍ବା ରୋମାଣ୍ଟିକ ଭୂମିକାରେ ନୁହେଁ, ବରଂ ଜଟିଳ ଓ ଭାବପୂର୍ଣ୍ଣ ଚରିତ୍ରରେ ମଧ୍ୟ ଗ୍ରହଣ କରୁଛନ୍ତି। ସେହିଭଳି ବବି, ଅକ୍ଷୟ ଏବଂ ରବିନା ମଧ୍ୟ ନିଜର ପୁରୁଣା ଭାବମୂର୍ତ୍ତିରୁ ବାହାରି ଭିନ୍ନ ଧରଣର ଅଭିନୟ କରୁଛନ୍ତି, କାରଣ ଆଜିର ଦର୍ଶକ କେବଳ ଷ୍ଟାରଡମ୍ ନୁହେଁ, ବରଂ ପ୍ରଭାବଶାଳୀ ଅଭିନୟ ଓ ବିଶ୍ୱାସଯୋଗ୍ୟ ଚରିତ୍ର ଚାହାନ୍ତି ।

Tags: