୨୫ର ହୁକ ଷ୍ଟେପ

୨୫ର ହୁକ ଷ୍ଟେପ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମଞ୍ଚ ଚଢି ପାରିବେ ନାହିଁ ପିୟୁଷ ତ୍ରିପାଠୀ,କୋର୍ଟ ଲଗାଇଲେ ରୋକ

ବର୍ଷ ୨୦୨୫ରେ ଏଭଳି କିଛି ଫିଲ୍ମ ରିଲିଜ ହୋଇଥିଲା ଯାହାର ଗୀତ ଗୁଡିକର ହୁକ ଷ୍ଟେପ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡରେ ରହିଥିଲା । ଏଗୁଡିକ ଫେସବୁକ, ଇନଷ୍ଟା ଭଳି ସୋସିଆଲ ମିଡିଆ ରିଲ୍ସରେ ଖୁବ ଭାଇରାଲ ହେଉଥିବାର ନଜରକୁ ଆସିଥିଲା ।

ସମ୍ବନ୍ଧିତ ଖବର ଓଡ଼ିଶା, ଓଡ଼ିଆ ଆଉ ଓଡ଼ିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ - ମୁଖ୍ୟମନ୍ତ୍ରୀ

ଏଫ୍ଏ୯ଏଲ୍ଏ

ସମ୍ବନ୍ଧିତ ଖବର ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା

ଧୁରନ୍ଧର ଫିଲ୍ମରେ ଅକ୍ଷୟ ଖାନାଙ୍କ ଏଣ୍ଟ୍ରିସଙ୍ଗ ସୋସିଆଲ ମିଡିଆର ସମସ୍ତ ରେକର୍ଡ ବ୍ରେକ କରିଥିଲା । ୟୁଜର୍ସଙ୍କ ଆକାଉଣ୍ଟରୁ ଯେପରି ଏହି ଗୀତଟି ହଟିବାର ନାଁ ନେଉନଥିଲା । ସମସ୍ତେ ଏହି ଗୀତରେ ଏହାର ହୁକଷ୍ଟେପ କରି ଭିଡିଓ ଅପଲୋଡ କରିଥିଲେ, ଯାହା ଏହାକୁ ଟ୍ରେଣ୍ଡରେ ନମ୍ବର ୱାନ କରିଥିଲା । ଅକ୍ଷୟ କୁମାରଙ୍କର ସ୍ବାଗ ସମସ୍ତଙ୍କୁ ବିଶେଷଭାବେ ଯୁବପିଢିଙ୍କୁ ଖୁବ ପସନ୍ଦ ଆସୁୁଥିବାର ଦେଖିବାକୁ ମିଳିଥିଲା । ଅକ୍ଷୟଙ୍କର କମବ୍ୟାକକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ଗୀତ ସହିତ ହୁକ ଷ୍ଟେପ ଓ ଫିଲ୍ମଟି ଅନେକ ରେକର୍ଡ କରିଥିଲା ।

ଦାବିଡି ଦାବିଡି

ଟଲିଉଡ ମେଗାଷ୍ଟାର ନନ୍ଦାମୁରି ବାଲାକ୍ରିଷ୍ଣନଙ୍କର ଫିଲ୍ମ ଡାକୁ ମହାରାଜାର ଆଇଟମ ନମ୍ବର ଦାବିଡି ଦାବିଡି ଖୁବ ଭାଇରାଲ ହୋଇଥିଲା । ଏଥିରେ ଦର୍ଶକ ପରଦାରେ ନନ୍ଦମୁରୀଙ୍କ ସହିତ ବଲିଉଡ ଷ୍ଟାର ଉର୍ବଶୀ ରୌତେଲାଙ୍କୁ ଦେଖିଥିଲେ । ଏହି ଗୀତର କୋରିଓଗ୍ରାଫିକୁ ସମସ୍ତେ ଖୁବ ଭଲ ପାଇବା ଦେଇଥିଲେ । ଗୀତଟିର ହୁକ ଷ୍ଟେପକୁ ସମସ୍ତେ ସୋସିଆଲ ମିଡିଆରେ କପି କରୁଥିବା ଦେଖିବାକୁ ମିଳିଥିଲା । ଏହା ସୋସିଆଲ ମିଡିଆର ଭାଇରାଲ ଗୀତରେ ପରିଣତ ହୋଇଥିଲା । ଏହାର ସିଗନେଚର ଷ୍ଟେପକୁ ସମସ୍ତେ ଖୁବ ଆନନ୍ଦର ସହ କପି କରିଥିଲେ ।

ଜନାବେ ଅଲ୍ଲୀ

ୱାର ୨ ଫିଲ୍ମର ଗୀତ ଜନାବେ ଅଲ୍ଲୀ ଯାହାର ହୁକ ଷ୍ଟେପ ଇଣ୍ଟରନେଟ ସେନସେସନ ପାଲଟିଥିଲା । ଏହି ଗୀତରେ ଦର୍ଶକ ହ୍ରିତିକ ରୋଶନ ଓ ଜୁନିଅର ଏନଟିଆର ଉଭୟଙ୍କର ଡ୍ୟାନ୍ସ ଅଫକୁ ଦେଖିଥିଲେ ଏବଂ ସୋସିଆଲ ମିଡିଆରେ କପି ମଧ୍ୟ କରିଥିଲେ । ଏହାର ହୁକ ଷ୍ଟେପ ଖୁବ ପପୁଲାର ହୋଇଥିଲା । ସମସ୍ତେ ଏହାର ରିଲ୍ସ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ କରୁଥିବାର ଦେଖିବାକୁ ମିଳିଥିଲା । ଏହାର ରିଦିମ ଓ ବିଟ୍କୁ ଦର୍ଶକ ଖୁବ ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଥିଲା । ଇନ୍ଷ୍ଟାଗ୍ରାମରେ ଏହାର ହଜାରହଜାର ସଂଖ୍ୟାରେ ରିଲ୍ସ ଦେଖିବାକୁ ମିଳିଥିଲା ।

Janaab-e-Aali-Full-Song-WAR-2-Hrithik-Roshan-NTR-Pritam-Sachet-Tandon-Saaj-Bhatt-Amitabh

ପେହେଲା ତୁ ଦୁଜା ତୁ

ଅଜୟ ଦେବଗନ ଓ ମୃଣାଳ ଠାକୁରଙ୍କ ଫିଲ୍ମ ସନ୍ ଅଫ ସର୍ଦ୍ଦାର ୨ର ଗୀତ ପେହେଲା ତୁ ଦୁଜା ତୁ ଇଣ୍ଟରନେଟରେ ଯେପରି ନିଆଁ ଭଳି ଭାଇରାଲ ହୋଇଥିଲା । ଏହି ଗୀତର ହୁକଷ୍ଟେପ ବର୍ଷ ୨୦୨୫ରେ ରେକର୍ଡ କରିଥିଲା । ରିଲ୍ସ ଗୁଡିକରେ ଯୁବପିଢିଙ୍କୁ ଏହି ଗୀତର ହୁକଷ୍ଟେପକୁ କରୁଥିବାର ଦେଖିବାକୁ ମିଳିଥିଲା । ସବୁଠାରୁ ଏହାର ଫିଙ୍ଗର ମୁମେଣ୍ଟ ହୁକଷ୍ଟେପ ବେଶି ଭାଇରାଲ ହୋଇଥିଲା । ଇନ୍ଷ୍ଟାଗ୍ରାମ ଓ ଫେସବୁକରେ ଅଧିକାଂଶ ରିଲ୍ସରେ ଏହି ଗୀତ ଦେଖିବାକୁ ମିଳିଥିଲା । ଫିଲ୍ମକୁ ମଧ୍ୟ ଏହା ଆହୁରି ଅଧିକ ପପୁଲାର କରାଇଥିଲା ।

adfg

ବେସୋସ

୨୦୨୫ରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ଷ୍ଟାର କ୍ରିକେଟର ଶିଖର ଧୱନ । ଶିଖରଙ୍କର ମ୍ୟୁଜିକ ଭିଡିଓ ବେସୋସ ଏହି ବର୍ଷ ରିଲିଜ ହୋଇଥିଲା । ଯାହା ଖୁବ ଟ୍ରେଣ୍ଡରେ ରହିଥିଲା । ଏଥିରେ ଶିଖରଙ୍କ ସହ ସ୍କ୍ରିନ ସେୟାର କରିଥିଲେ ଜ୍ୟାକଲିନ । ଉଭୟଙ୍କର କିଛି ଡ୍ୟାନ୍ସ ମୁଭ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଯେଉଁ ହୁକ ଷ୍ଟେପ ଗୁଡିକୁ ସୋସିଆଲ ମିଡିଆ ରିଲ୍ସରେ ଦେଖିବାକୁ ମିଳିଥିଲା । ଫ୍ୟାନମାନେ ଏହି ହୁକ ଷ୍ଟେପକୁ ଫଲୋ କରିବା ସହିତ ଖୁବ ଭାଇରାଲ କରାଇଥିଲେ । ଉଭୟଙ୍କର ଜଲୱାକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ ।

Tags: