ଡେବ୍ୟୁରୁ ହିଟ୍

ନିକଟକରେ ରିଲିଜ ହୋଇଥିବା ଫିଲ୍ମ ସୟାରା ହିଟ୍ ସାବସ୍ତ୍ୟ ହୋଇଛି । ଏହାର ପୂରା ଷ୍ଟାରକାଷ୍ଟ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଏଥିରେ ଡେବ୍ୟୁ କରିଥିବା ଆହାନ ପାଣ୍ଡେ ବର୍ତ୍ତମାନ ୟୁଥ ସେନସେସନ ପାଲଟିଛନ୍ତି । ନିକଟରେ ମୁକ୍ତିଲାଭ କରିଛି ଫିଲ୍ମ ସୟାରା, ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସମସ୍ତେ ଏହାର କାହାଣୀ ସହିତ ଗୀତ ଓ କଳାକାରଙ୍କୁ ଖବ ପସନ୍ଦ କରୁଛନ୍ତି । ବିଶେଷଭାବେ ଏହାର କାହାଣୀ […]

ଡେବ୍ୟୁରୁ ହିଟ୍
Samaya Live Picture
Published On


ନିକଟକରେ ରିଲିଜ ହୋଇଥିବା ଫିଲ୍ମ ସୟାରା ହିଟ୍ ସାବସ୍ତ୍ୟ ହୋଇଛି । ଏହାର ପୂରା ଷ୍ଟାରକାଷ୍ଟ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଏଥିରେ ଡେବ୍ୟୁ କରିଥିବା ଆହାନ ପାଣ୍ଡେ ବର୍ତ୍ତମାନ ୟୁଥ ସେନସେସନ ପାଲଟିଛନ୍ତି ।

ନିକଟରେ ମୁକ୍ତିଲାଭ କରିଛି ଫିଲ୍ମ ସୟାରା, ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସମସ୍ତେ ଏହାର କାହାଣୀ ସହିତ ଗୀତ ଓ କଳାକାରଙ୍କୁ ଖବ ପସନ୍ଦ କରୁଛନ୍ତି । ବିଶେଷଭାବେ ଏହାର କାହାଣୀ ଯୁବପିଢିଙ୍କୁ ପସନ୍ଦ ଆସିଛି । ସମୀକ୍ଷକମାନେ ବର୍ତ୍ତମାନ ଏହି ଫିଲ୍ମକୁ ବଲିଉଡର ଟର୍ଣ୍ଣିଂ ପଏଣ୍ଟ ବୋଲି ସମ୍ବୋଧନ କରୁଛନ୍ତି । ତେବେ ସବୁଠାରୁ ବେଶି ଚର୍ଚ୍ଚା ସାଉଁଟିଛନ୍ତି ଅହାନ ପାଣ୍ଡେ । ଆହାନ୍ ପାଣ୍ଡେ ନିଜର ଡେବ୍ୟୁ ଫିଲ୍ମରେ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛନ୍ତି । ୧୯୯୭ରେ ଜନ୍ମିତ ଅହାନ ମାତ୍ର ୨୭ ବର୍ଷରେ ନିଜ ପାଇଁ ସ୍ବତନ୍ତ୍ରସ୍ଥାନ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଅଭିନୟରେ ଖୁବ ପରାକାଷ୍ଠା ଦେଖାଇଛନ୍ତି ଅହାନ । ଅଭିନେତା ହେବା ଆଗରୁ ଆହାନଙ୍କର କ୍ୟାରିୟର ଜଣେ ସହନିର୍ଦ୍ଦେଶକ ଭାବେ ଆରମ୍ଭ ହୋଇଥିଲା । ପ୍ରଥମେ ସେ ଫ୍ରିକ୍ ଅଲ୍ଲି ଓ ରକ୍ ଅନ୍ ୨ରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏଥିରୁ ସେ ପ୍ରଥମେ ଅନେକ କିଛି ଶିଖିବାକୁ ଚେଷ୍ଟା କରିଥିଲେ ଯାହାପରେ ସେ ନିଜର କ୍ୟାରିୟର ଅଭିନେତା ଭାବେ ଆରମ୍ଭ କରିଛନ୍ତି । ନିଜର କ୍ୟାରିୟର ସେ ମୋହିତ ସୁରୀଙ୍କର ରୋମାଣ୍ଟିକ ଡ୍ରାମା ଫିଲ୍ମରୁ କରିଛନ୍ତି, ଯାହାକୁ ଦର୍ଶକ ଖୁବ ଭଲପାଉଛନ୍ତି । ଆହାନ ପାଣ୍ଡେଙ୍କର ବଲିଉଡ ଲିଙ୍କ ମଧ୍ୟ ରହିଛି । ସେ ହେଉଛନ୍ତି ଅଭିନେତା ଚଙ୍କି ପାଣ୍ଡେଙ୍କର ପୁତୁରା ଓ ଅନନ୍ୟା ପାଣ୍ଡେଙ୍କର ଭାଇ । ତେଣୁ ତାଙ୍କ ରକ୍ତରେ ହିଁ ଅଭିନୟ ଥିବାନେଇ ଆଲୋଚନା ଜାରି ରହିଛି । ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ସେ ଅଭିନୟର ପାଠପଢା ସାରିଛନ୍ତି । ସେ କ୍ୟାରିୟରର ଆରମ୍ଭରୁ ଅନେକ ସର୍ଟ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହାସହ ବଡବଡ ପ୍ରୋଜେକ୍ଟରେ ସହନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ ଖୁବ ଉପାଦେୟ ସାବସ୍ତ୍ୟ ହୋଇଛି । ସେହିଭଳି ଡେବ୍ୟୁ ଫିଲ୍ମ ୱାଇଆରଏଫ୍ ବ୍ୟାନରରୁ କରିଥିବାରୁ ଖୁବ ଖୁସି ସହିତ କ୍ୟାରିୟରକୁ ନେଇ ଆଶାବାଦୀ ଅଛନ୍ତି । ଆଗକୁ ଆହୁରି ଭଲଭଲ ପ୍ରୋଜେକ୍ଟରେ କାମ କରିବାକୁ ଆଶା ରଖିଛନ୍ତି ଅହାନ । ବର୍ତ୍ତମାନ ନେପୋ କିଡ୍ଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ମୁହଁରେ ଆହାନ ତାଲା ଲଗାଇଛନ୍ତି ବୋଲି କିଛି ସମୀକ୍ଷକ ମତ ଦେଇଛନ୍ତି । ବଲିଉଡର ଭବିଷ୍ୟତ ଆହାନ୍ଙ୍କ ଭଳି ଷ୍ଟାରଙ୍କ ପାଇଁ ଆଗକୁ ଖୁବ ଉଜ୍ବଳ ହେବ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି । ଡେବ୍ୟୁ ଫିଲ୍ମରୁ ହିଁ ଜଣେ ଅଭିଜ୍ଞ ଅଭିନେତାର ପରିଚୟ ଦେଇଛନ୍ତି ଆହାନ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଆହାନ୍ଙ୍କର ପ୍ରତିଭା ପ୍ରଥମରୁ ହିଁ ବିକଶିତ ହୋଇଛି । ଆଗକୁ ତାଙ୍କର ଭବିଷ୍ୟତ ଖୁବ ଉଜ୍ବଳ ହେବ ବୋଲି ସମସ୍ତେ ତାଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ।