ଫିଲ୍ମକୁ ଆସିବା ପାଇଁ ଅନଶନ କରିଥିଲେ
୬୦ ଦଶନ୍ଧୀର ଅନ୍ୟତମ ଲୋକପ୍ରିୟ ଆକ୍ଟ୍ରେସ ହେଉଛନ୍ତି ବିଣା ରାୟ । ଅନାରକଲୀ, ଘୁଂଘଟ୍, ତାଜମହଲ ଭଳି ସେତେବେଳର ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିବା ଏହି ତାରକାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ଅନଶନ କରିବାକୁ ପଡିଥିଲା । ସେ ଏତେ ସୁନ୍ଦର ଥିଲେ ଯେ ତାଙ୍କୁ ଦେଖିବା ପରେ ଯେକେହି ବି ତାଙ୍କର ଦିବାନା ହୋଇଯାଉଥିଲେ । ନିଜର ଆକର୍ଷଣୀୟ ଅଭିନୟ ପାଇଁ ବିଣା ସେତେବେଳେ ପ୍ରତି ଫିଲ୍ମ ପାଇଁ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ […]
୬୦ ଦଶନ୍ଧୀର ଅନ୍ୟତମ ଲୋକପ୍ରିୟ ଆକ୍ଟ୍ରେସ ହେଉଛନ୍ତି ବିଣା ରାୟ । ଅନାରକଲୀ, ଘୁଂଘଟ୍, ତାଜମହଲ ଭଳି ସେତେବେଳର ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିବା ଏହି ତାରକାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ଅନଶନ କରିବାକୁ ପଡିଥିଲା । ସେ ଏତେ ସୁନ୍ଦର ଥିଲେ ଯେ ତାଙ୍କୁ ଦେଖିବା ପରେ ଯେକେହି ବି ତାଙ୍କର ଦିବାନା ହୋଇଯାଉଥିଲେ । ନିଜର ଆକର୍ଷଣୀୟ ଅଭିନୟ ପାଇଁ ବିଣା ସେତେବେଳେ ପ୍ରତି ଫିଲ୍ମ ପାଇଁ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫିସ୍ ନେଉଥିଲେ । ସେତେବେଳେ ମଧୁବାଲାଙ୍କୁ ସିନେ ଜଗତର ସବୁଠୁ ସୁନ୍ଦରୀ କୁହାଯାଉଥିଲା । ମାତ୍ର ବିଣାଙ୍କ ଆଗମନ ପରେ ପ୍ରେମନାଥ ମଧୁବାଲାଙ୍କୁ ଛାଡି ବିନାଙ୍କୁ ବିବାହ କରିଥିଲେ । ଲାହୋରରେ ୧୯୩୧ ମସିହା ଜୁଲାଇ ୧୩ରେ ଜନ୍ମିତ ବିଣାଙ୍କର ବାପା ରେଳବାଇର ଜଣେ ଉଚ୍ଚପଦସ୍ତ ଅଧିକାରୀ ଥିଲେ । ଏହାପରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ତାଙ୍କର ପୂରା ପରିବାର ଉତ୍ତରପ୍ରଦେଶର କାନପୁର ଚାଲିଆସିଥିଲେ ।

ଏହାପରେ ଲକ୍ଷ୍ନୌ ଆଇଟି କଲେଜରେ ସେ ତାଙ୍କ ପଢା ପୂରା କଲେ । ଅଧକ ପାଠପଢା ପାଇଁ ଇଜାବେଲ ଥୋରନ୍ କଲେଜରେ ଦାଖଲ ହେବା ପରେ ଫିଲ୍ମ ପ୍ରତି ତାଙ୍କର ଆଗ୍ରହ ଦେଖାଦେଲା । କଲେଜରେ ଥିଏଟର ପ୍ଲେ କରିବା ଠାରୁ ହିଁ ସେ ବେଶ୍ ଲାଇମ୍ଲାଇଟ୍ରେ ରହିଲେ । ଫିଲ୍ମ ନିର୍ମାତା କିଶୋର ସାହୁଙ୍କ ନୂତନ ଫିଲ୍ମର ହିରୋଇନ୍ ପାଇଁ ମୁମ୍ବାଇରେ ଏକ ପ୍ରତିଯୋଗିତା ହେବା ଖବର ଶୁଣିବା ପରେ ବିଣା ମୁମ୍ବାଇ ଯିବାକୁ ସ୍ଥିର କଲେ । ମାତ୍ର ଏନେଇ ତାଙ୍କ ପରିବାର ପକ୍ଷରୁ ଅନୁମତି ମିଳିଲା ନାହିଁ । ମାତ୍ର ସେ ଅନଶନ କରିବାରୁ ପରିବାର ଲୋକେ ମୁମ୍ବାଇ ଯାଇ ହିରୋଇନ୍ ହେବା ପାଇଁ ଅନୁମତି ଦେଇଥିଲେ । ଏହି ପ୍ରତିଯୋଗିତାରେ ଜିତିବା ପରେ ତାଙ୍କୁ ୨୫ ହଜାର ଟଙ୍କା ମିଳିଥିଲା ଏବଂ ପ୍ରଥମ ଫିଲ୍ମ ରୂପେ କିଶୋର ସାହୁଙ୍କ ନିର୍ଦ୍ଦେଶିତ କାଲୀ ଘଟାରେ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳିଲା । ଏହାପରେ ଅନେକ ହିଟ୍ ଫିଲ୍ମରେ କାମ କରିସାରିଥିବା ସତ୍ତେ୍ୱ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ବିବାହ ପରେ ପ୍ରେମନାଥଙ୍କ ପ୍ରଡକ୍ସନ ହା ଉସ ବ୍ୟାନରରେ ବିଣା ପ୍ରେମନଥଙ୍କ ସହିତ ଅନେକ ଫିଲ୍ମ କରିଥିଲେ । ମାତ୍ର ଏସବୁ ଫ୍ଲପ୍ ହେବା ପରେ ପ୍ରେମନାଥଙ୍କ ସହିତ ଫିଲ୍ମ କରିବା ଛାଡିଦେଲେ ଏବଂ ଅଶୋକ କୁମାର, ଦେବ ଆନନ୍ଦ, ଦିଲ୍ଲୀପ କୁମାର ପ୍ରମୁଖଙ୍କ ସହିତ ଶୋଲେ, ସରଦାର, ତଲାସ ବନ୍ଦୀ, ଦାଦି ମା, ଇନ୍ସାନିୟତ ଆଦି ହିଟ୍ ଫିଲ୍ମ କରିଥିଲେ । ୧୫ ବର୍ଷର ଅଭିନୟ କ୍ୟାରିଅର୍ରେ ବିଣା ୧୯ଟି ଫିଲ୍ମରେ କାର୍ଯ୍ୟ କରିଥିଲେ । ମାତ୍ର ବିବାହର ଦୁଇବର୍ଷ ପରେ ସିନେ ଇଣ୍ଡଷ୍ଟ୍ରିକୁ ସମ୍ପୂର୍ଣ୍ଣ ରୂପେ ବିଦାୟ କହିଦେଲେ ଏହି ତାରକା ଜଣକ ।




