ଚରିତ୍ର ପାଇଁ କରୁଥିଲେ କଠିନ ପରିଶ୍ରମ

ଚରିତ୍ର ପାଇଁ କରୁଥିଲେ କଠିନ ପରିଶ୍ରମ
Ipsita Picture
By: Ipsita
Published On

 

୨୦୦୭ରେ ଆସିଥିବା ଫିଲ୍ମ 'ୱେଲକମ୍'ରେ ନାନା ପାଟେକର ଗ୍ୟାଙ୍ଗଷ୍ଟର ଉଦୟ ଶେଟ୍ଟୀଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି କମେଡ଼ି ରୋଲ୍‌କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ସେ ଏହାର ସିକ୍ୱେଲ୍ 'ୱେଲକମ୍ ବ୍ୟାକ୍'ରେ ବି ଉଦୟ ଶେଟ୍ଟୀ ଭୂମିକାରେ ନଜର ଆସିଥିଲେ । ନାନାଙ୍କ ଉଦୟ ଶେଟ୍ଟୀ ଚରିତ୍ରର ଡାଇଲଗ୍‌କୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହୋଇଥାଏ । କେବଳ କମେଡି ନୁହେଁ ବିଭିନ୍ନ ଚରିତ୍ରପାଇଁ ସେ ସବୁବେଳେ ପରିଶ୍ରମ କରନ୍ତି । ନାନା ଫିଲ୍ମ 'ପ୍ରହାର: ଦ ଫାଇନାଲ୍ ଆଟାକ୍'ରେ ଆର୍ମି ମେଜରଙ୍କ ଭୂମିକା ନିଭାଇବା ପାଇଁ ଭାରତୀୟ ସେନାର ମରାଠା ଲାଇଟ୍ ଇନ୍‌ଫାଣ୍ଟ୍ରି ସହ ସୈନ୍ୟ ପ୍ରଶିକ୍ଷଣ ନେଇଥିଲେ । ଏହି ସମୟରେ ସେ ପ୍ରାୟ ତିନି ବର୍ଷ ଧରି ଟ୍ରେନିଂ ନେଇଥିଲେ । ଟ୍ରେନିଂ ପୂରା କରିବା ପରେ ନାନା ପାଟେକର ଟେରିଟୋରିଆଲ୍ ଆର୍ମି ସହ ଯୋଡ଼ିହୋଇଥିଲେ । ତେଣୁ ତାଙ୍କୁ ସମ୍ମାନଜନକ 'କ୍ୟାପ୍ଟେନ୍' ପଦବୀ ମିଳିଥିଲା । ପରବର୍ତ୍ତୀ ସମୟରେ ସେ 'ଲେଫ୍ଟନାଣ୍ଟ କର୍ନେଲ'ର ସମ୍ମାନଜନକ ପଦବୀ ପର୍ଯ୍ୟନ୍ତ ସେବା ଦେଇଥିଲେ ଏବଂ ୨୦୧୩ରେ ଅବସର ନେଇଥିଲେ ।

Tags: