୩୦ ବର୍ଷରେ ଛାଡିଥିଲେ ଅଭିନୟ
By: Ipsita
ସମ୍ବନ୍ଧିତ ଖବର ମୌନୀଙ୍କ କ୍ଷୋଭ
ମାତ୍ର ୩୦ ବର୍ଷ ବୟସରେ ଅଭିନୟ ଦୁନିଆକୁ ଅଲବିଦା କହିଥିଲେ ଅଭିନେତ୍ରୀ ରିମି ସେନ । ଦିନେ କମେଡି ଫିଲ୍ମର ଖୁବ ପରିଚିତ ଚେହେରା ଥିଲେ ରିମି । ହେଲେ ହଠାତ୍ ଅଭିନୟ ଦୁନିଆକୁ ନା କହି ବ୍ୟବସାୟରେ ପାଦ ଦେଇଥିଲେ ରିମି । ରିମି ସେନ୍ଙ୍କୁ ବାଗବାନ, ଧୁମ, ଗରମ ମସଲା, କ୍ୟୁ କି, ଫିର ହେରା ଫେରି, ଗୋଲମାଲ, ଜନି ଗଦ୍ଦର ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ତେବେ ସବୁବେଳେ କମେଡି ଫିଲ୍ମ କରିକରି ନିଜର କ୍ୟାରିୟର ପରିବର୍ତ୍ତନ କରିବାକୁ ଚାହିଁ ଥିଲେ ରିମି । ଏହାପରେ ସେ ପ୍ରଯୋଜନା ଦୁନିଆରେ ପାଦ ଦେଇଥିଲେ । ପ୍ରଯୋଜନା ଦୁନିଆରେ ପାଦ ଦେବାପରେ ସେ ନ୍ୟାସନାଲ ଆୱାର୍ଡ ଜିତିଥିବା ମୁଭି ବୁଦ୍ଧିଆ ସିଂ ଫିଲ୍ମ ପ୍ରସ୍ତୁତ କରିଥିଲେ । ଯାହା ଜଣେ ଓଡିଆ ବାଳକ ଉପରେ ଥିଲା । ତେବେ ଏବେ ମଧ୍ୟ ସେ ଏକ ଫିଲ୍ମକୁ ପ୍ରଯୋଜନା କରୁଛନ୍ତି । ସେହିଭଳି ସେ ବର୍ତ୍ତମାନ ଦୁବାଇରେ ବ୍ୟବସାୟ କରୁଥିବା ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।
ସମ୍ବନ୍ଧିତ ଖବର ଦଲାଇ ଲାମା ଙ୍କୁ ଗ୍ରାମୀ ଆୱାର୍ଡ
Tags:



