କ୍ୟାରିୟରରେ ଦେଖିଛନ୍ତି ଅନକ ସଂଘର୍ଷ

କ୍ୟାରିୟରରେ ଦେଖିଛନ୍ତି ଅନକ ସଂଘର୍ଷ
Ipsita Picture
By: Ipsita
Published On

 

ଲୋକପ୍ରିୟ ହାସ୍ୟରସାତ୍ମକ ଶୋ' 'ଅଫିସ୍-ଅଫିସ୍'ର ନୂଆ ସିଜନରେ 'ଅନୋଖି' ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରୁତି ଶର୍ମା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଏକ ସାକ୍ଷାତକାରରେ ନିଜ ସଂଘର୍ଷ, କ୍ୟାରିୟର ଓ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଅକୁହା କଥା ସେୟାର କରିଛନ୍ତି । ନିଜ କ୍ୟାରିୟରର ସଂଘର୍ଷପୂର୍ଣ୍ଣ ଯାତ୍ରା ବିଷୟରେ ସେ ଏହି ସାକ୍ଷାତକାରରେ ଆଲୋଚନା କରିଛନ୍ତି । ଅନେକଥର ତାଙ୍କୁ କ୍ୟାରିୟରରେ ରିଜେକସନକୁ ସାମନା କରିବାପରେ ଶେଷରେ ତାଙ୍କୁ ବଡ଼ ସୁଯୋଗ ମିଳିଥିଲା। ତେବେ ପ୍ରଥମେ ତାଙ୍କ ବାପା ଅଭିନୟ ପାଇଁ ଅମଙ୍ଗ ଥିଲେ ହେଲେ ୨୦୧୬ରେ ଶ୍ରୁତିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନାଟକ ଦେଖିବା ପରେ ପରିବାର ଲୋକଙ୍କର ତାଙ୍କ ଉପରେ ଭରସା ଆସିଥିଲା । ସେହିଭଳି ନିଜର ନୂଆ ଶୋରେ ଖୁବ ସୁନ୍ଦର ଅଭିନୟ କରି ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେହିଭଳି ପୂର୍ବରୁ ତାଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ ହୀରାମଣ୍ଡିରେ ଖୁବ ସୁନ୍ଦର ଅଭିନୟ କରିଥିବାର ଦେଖିବାକୁ ମିଳିଛି । ଆଗକୁ ଆହୁରି ଭଲଭଲ ପ୍ରୋଜେକ୍ଟ ସେ ଦର୍ଶକଙ୍କୁ ଭେଟି ଦେବେ ବୋଲି ଆଶାବାଦୀ ଅଛନ୍ତି । ଆଗକୁ ବି ଟାଉନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସେ ସଫଳ ହେବେ ବୋଲି ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Tags: