କରିଛନ୍ତି ଅନେକ ସଂଘର୍ଷ 

କରିଛନ୍ତି ଅନେକ ସଂଘର୍ଷ 
Ipsita Picture
By: Ipsita
Published On

 

ସଂଘର୍ଷ, ମାନସିକ ଆଘାତ, ପ୍ରତ୍ୟାଖ୍ୟାନ ଏବଂ ସାମାଜିକ କଟାକ୍ଷ ମଧ୍ୟରେ ନିଜକୁ ପ୍ରମାଣିତ କରିଥିବା ଅଭିନେତ୍ରୀ ହେଉଛନ୍ତି ଭୂମି ପେଡନେକର। ବି ଟାଉନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ତାଙ୍କପାଇଁ ସହଜ ନଥିଲା, ବିଶେଷ କରି ଯେତେବେଳେ କ୍ୟାରିୟର ସେ ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ପାଠ ପଢା ସମୟରେ ନିଜର ଓଜନ ଓ ଚେହେରାକୁ ନେଇ ସେ ଅନେକ ସମାଲୋଚନାର ଶିକାର ହୋଇଥିଲେ, ହେଲେ ଭୂମି ଏହାକୁ ନିଜର ଷ୍ଟ୍ରେନ୍ଥରେ ବନାଇଥିଲେ । ଏହାପରେ ୧୮ ବର୍ଷ ବୟସରେ ପିତାଙ୍କ ନିଧନ ତାଙ୍କୁ କମବୟସରୁ ବି ପରିବାରର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ କରିଥିଲା। ଏହାପରେ ବି ଟାଉନରେ ତାଙ୍କୁ ଅନେକ ଥର ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ପଡ଼ିଥିଲା କାରଣ ତାଙ୍କର ଚେହେରା ହିରୋଇନ ଭଳି ନଥିଲା । ଏହାପରେ ମଧ୍ୟ ସେ ହାର ମାନିନଥିଲେ। ଜଣେ ଆସିଷ୍ଟାଣ୍ଟ କାଷ୍ଟିଂ ଡାଇରେକ୍ଟର ଭାବେ କାମ କରି ସିନେମାକୁ ନିକଟରୁ ବୁଝିବାକୁ ଲାଗିଥିଲେ । ଏହାପରେ ସେ ବଲିଉଡରେ ଡେବ୍ୟୁ କରିବା ସହିତ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

Tags: