ସେଲିଆକ୍‌ ରୋଗରେ ପୀଡ଼ିତ ବ୍ରହ୍ନାଣ୍ଡ ସୁନ୍ଦରୀ ହରନାଜ

ନିକଟରେ ବ୍ରହ୍ନାଣ୍ଡ ସୁନ୍ଦରୀ ହରନାଜ ନିଜ ଲୁକ୍‌କୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି । ତାଙ୍କର ଓଜନରେ ହଠାତ୍‌ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ତେବେ ହରନାଜଙ୍କ ଏଭଳି ପରିବର୍ତ୍ତନ ପଛର କାରଣ ଏକ ରୋଗ । ହରନାଜ ସେଲିଆକ୍‌ ରୋଗରେ ପୀଡିତ ହୋଇଛନ୍ତି । ଏହି ବିରଳ ରୋଗ ପ୍ରତି ୧୦୦ ଜଣରେ ଜଣଙ୍କୁ ହୋଇଥାଏ । ଏହି ରୋଗ ଅତ୍ୟାଧିକ ଗ୍ଲìଟେନ୍‌ ଖାଇବା ଫଳରେ ଜଣଙ୍କୁ ହୋଇଥାଏ । ଏହି ସମସ୍ୟା ହେଲେ ରୋଗୀର […]

Samaya Live Picture
Published On

ନିକଟରେ ବ୍ରହ୍ନାଣ୍ଡ ସୁନ୍ଦରୀ ହରନାଜ ନିଜ ଲୁକ୍‌କୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି । ତାଙ୍କର ଓଜନରେ ହଠାତ୍‌ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ତେବେ ହରନାଜଙ୍କ ଏଭଳି ପରିବର୍ତ୍ତନ ପଛର କାରଣ ଏକ ରୋଗ । ହରନାଜ ସେଲିଆକ୍‌ ରୋଗରେ ପୀଡିତ ହୋଇଛନ୍ତି । ଏହି ବିରଳ ରୋଗ ପ୍ରତି ୧୦୦ ଜଣରେ ଜଣଙ୍କୁ ହୋଇଥାଏ ।

ସେଲିଆକ୍‌ ରୋଗରେ ପୀଡ଼ିତ ବ୍ରହ୍ନାଣ୍ଡ ସୁନ୍ଦରୀ ହରନାଜ

ଏହି ରୋଗ ଅତ୍ୟାଧିକ ଗ୍ଲìଟେନ୍‌ ଖାଇବା ଫଳରେ ଜଣଙ୍କୁ ହୋଇଥାଏ । ଏହି ସମସ୍ୟା ହେଲେ ରୋଗୀର ଅନ୍ତନଳୀ ଉପରେ ପ୍ରଭାବ ପଡିଥାଏ । ଯାହା ଫଳରେ ଡାଇରିଆ, ଫଟିଗୋ, ଓଜନରେ ହ୍ରାସ, ଆନେମିଆ ଭଳି ସମସ୍ୟା ଦେଖାଦେଇଥାଏ । ସେହିଭଳି ଏହା ହେବା ଫଳରେ କିଛି ଟା ଗମ୍ଭୀର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହା ଶରୀରର ବିକାଶ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଏହା କେତେକ କ୍ଷେତ୍ରରେ ବଂଶଗତ ହୋଇପାରେ । ବିଶେଷଜ୍ଞଙ୍କ ମତରେ ଏହା କୌଣସି ବି ବୟସରେ ହୋଇପାରେ । ଏହି ରୋଗ ଥିବା ଲୋକଙ୍କ କ୍ଷେତ୍ରରେ କୋରନାରି ରୋଗ ହେବାରେ ରିସ୍କ ୨ଗୁଣା ଥିବା ବେଳେ ସ୍ମଲ୍‌ ବାେୱଲ୍‌ କ୍ୟାନସରର ଆଶଙ୍କା ଅଧିକ ରହିଥାଏ । ତେବେ ଏହି ରୋଗର ଲକ୍ଷଣ ଗ୍ୟାସ୍‌, ଡାଇରିଆ, ଓଜନରେ ହ୍ରାସ, ପେଟରେ ଯନ୍ତ୍ରଣା, ବାନ୍ତି, ମଳତ୍ୟାଗ ବେଳେ କଷ୍ଟ ହେବା ଆଦି । ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।