୪୬ ବର୍ଷରେ ହ୍ରିତିକ୍‍

ସମୟ ଲାଇଭ୍‍,୧୦/୧: ବଲିଉଡ଼ର ଆଗଧାଡ଼ିର ନାୟକ ହ୍ରିତିକ୍‍ ରୋଶନ୍‍ ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। ଏ ଅବସରରେ ସିନେଜଗତରୁ ଆରମ୍ଭ କରି ଫ୍ୟାନମାନଙ୍କ ଠାରୁ ଶୁଭେଚ୍ଛାରେ ସୁଅ ଛୁଟିବାରେ ଲାଗିଛି। ତେବେ ନିଜର ଡ଼୍ୟାନ୍ସ ଓ ଅଭିନୟ ପାଇଁ ହ୍ରିତିକ ଯେତିକି ଚର୍ଚ୍ଚାରେ ରୁହନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେତିକି ଚର୍ଚ୍ଚାରେ ରୁହନ୍ତି। ହ୍ରିତିକଙ୍କ ନାମ ଅନେକ ସମୟରେ ଅନେକ ଅଭିନେତ୍ରୀଙ୍କ ସହ ଜୋଡ଼ା ଯାଇଥିଲେ ମଧ୍ୟ ସେ ତାଙ୍କର ପ୍ରଥମ ପ୍ରେମକୁ ହିଁ […]

Samaya Live Picture
Published On

ସମୟ ଲାଇଭ୍‍,୧୦/୧: ବଲିଉଡ଼ର ଆଗଧାଡ଼ିର ନାୟକ ହ୍ରିତିକ୍‍ ରୋଶନ୍‍ ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। ଏ ଅବସରରେ ସିନେଜଗତରୁ ଆରମ୍ଭ କରି ଫ୍ୟାନମାନଙ୍କ ଠାରୁ ଶୁଭେଚ୍ଛାରେ ସୁଅ ଛୁଟିବାରେ ଲାଗିଛି। ତେବେ ନିଜର ଡ଼୍ୟାନ୍ସ ଓ ଅଭିନୟ ପାଇଁ ହ୍ରିତିକ ଯେତିକି ଚର୍ଚ୍ଚାରେ ରୁହନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେତିକି ଚର୍ଚ୍ଚାରେ ରୁହନ୍ତି। ହ୍ରିତିକଙ୍କ ନାମ ଅନେକ ସମୟରେ ଅନେକ ଅଭିନେତ୍ରୀଙ୍କ ସହ ଜୋଡ଼ା ଯାଇଥିଲେ ମଧ୍ୟ ସେ ତାଙ୍କର ପ୍ରଥମ ପ୍ରେମକୁ ହିଁ ନିଜର ଜୀବନ ସାଥୀ ବାଛିଥିଲେ। ୨୦୦୦ ମସିହାରେ ହ୍ରିତିକ୍‍ ସୁଜୈନ୍‍ ଖାନ୍‍ଙ୍କୁ ବିବାହ କରିଥିଲେ। ତେବେ ଉଭୟ ୨୦୧୪ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ତେବେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇ ନଥିଲେ ମଧ୍ୟ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇପାରି ନଥିଲେ। ଉଭୟେ ପରସ୍ପରକୁ ଭଲ ବନ୍ଧୁ କହୁଥିବାବେଳେ ପିଲାଙ୍କ ପାଇଁ ଏକାଠି ଥିବା ଅନେକ ସମୟରେ ସଫେଇ ଦେଇଆସିଛନ୍ତି। ତେବେ ହ୍ରିତିକଙ୍କ ପିତା ରାକେଶ ରୋଶନ ଏବେ ମଧ୍ୟ ସୁଜୈନଙ୍କୁ ନିଜର ବୋହୁ ମାନୁଥିବା ଏକ ସାକ୍ଷତକାର ମଧ୍ୟ କହିଥିଲେ। ପୁଅ ବୋହୁ ପୁଣି ଥରେ ଏକାଠି ହେବା ଆଶା ରଖିଥିବା ସେ କହିଥିଲେ।

Tags: