ବଲିଉଡ଼ରେ ବିଗ୍‍ ବି ଅମିତାଭ ପୂରଣ କଲେ ଅର୍ଦ୍ଧ ଶତାବ୍ଦୀ

ସମୟ ଲାଇଭ,୭/୧୧:  ବଲିଉଡ଼ର ସେହେନ୍ସା ଅମିତାଭ ବଚ୍ଚନ ବଲିଉଡ଼ରେ ଆଜି ପୂରଣ କରିଛନ୍ତି ୫୦ ବର୍ଷ। ୧୯୬୯ ମସିହା ଠିକ୍‍ ଆଜିର ଦିନରେ ବଲିଉଡରେ ସାତ ହିନ୍ଦୁସ୍ତାନୀ ମାଧ୍ୟମରେ ପାଦ ଥାପିଥିଲେ ଅମିତାଭ। ନିଜର ୫୦ ବର୍ଷ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି ବଲିଉଡ଼କୁ। ନିଜର ନିଆରା ଅଭିନୟ ଆଉ ଡାଇଲଗ ପାଇଁ ସବୁବେଳେ ଦର୍ଶକଙ୍କ ଦିଲରେ ରହିଛନ୍ତି। ଆନନ୍ଦ’, ‘ଜଞ୍ଜିର’, ‘ଶୋଲେ’, ‘ଦିୱାର’, ‘ଡନ୍’, ‘କୁଲି’, ‘ଅଗ୍ନିପଥ୍‌’, ‘ଶେହନ୍‌ଶାହ’, ‘ଖୁଦାଗବାହ’ ‘କଭି ଖୁସି […]

Samaya Live Picture
Published On

ସମୟ ଲାଇଭ,୭/୧୧:  ବଲିଉଡ଼ର ସେହେନ୍ସା ଅମିତାଭ ବଚ୍ଚନ ବଲିଉଡ଼ରେ ଆଜି ପୂରଣ କରିଛନ୍ତି ୫୦ ବର୍ଷ। ୧୯୬୯ ମସିହା ଠିକ୍‍ ଆଜିର ଦିନରେ ବଲିଉଡରେ ସାତ ହିନ୍ଦୁସ୍ତାନୀ ମାଧ୍ୟମରେ ପାଦ ଥାପିଥିଲେ ଅମିତାଭ। ନିଜର ୫୦ ବର୍ଷ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି ବଲିଉଡ଼କୁ। ନିଜର ନିଆରା ଅଭିନୟ ଆଉ ଡାଇଲଗ ପାଇଁ ସବୁବେଳେ ଦର୍ଶକଙ୍କ ଦିଲରେ ରହିଛନ୍ତି। ଆନନ୍ଦ’, ‘ଜଞ୍ଜିର’, ‘ଶୋଲେ’, ‘ଦିୱାର’, ‘ଡନ୍’, ‘କୁଲି’, ‘ଅଗ୍ନିପଥ୍‌’, ‘ଶେହନ୍‌ଶାହ’, ‘ଖୁଦାଗବାହ’ ‘କଭି ଖୁସି କଭି ଗମ୍’, ‘ବ୍ଲାକ୍‌’, ‘ପା’ ଓ ‘ପିକୁ’ ଭଳି ଫିଲ୍ମରେ କାମ କରିଥିବା ଅମିତାଭ ୨୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି ଅମିତାଭ।। ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିବା ଅବସରରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଅମିତାଭ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି। ୭୭ବର୍ଷରେ ବି ଥକି ପଡିନାହାନ୍ତି ଅମିତାଭ। ଏବେବି ଯେତେ ଫିଲ୍ମି ମିଳୁଛି ସବୁଥିରେ ସେ ସାଇନ୍‍ କରିବାକୁ ପଛାଉନାହାନ୍ତି।

 

Tags: