ବାଥରୁମ୍‌ରେ ଖାଉଥିଲେ ଲଞ୍ଚ୍‌

ବର୍ତ୍ତମାନ ଗ୍ଲୋବାଲ୍‌ ଷ୍ଟାର୍‌ ଭାବେ ପ୍ରିୟଙ୍କାଙ୍କର ଏକ ସ୍ୱତନ୍ତ୍ରସ୍ଥାନ ସୃଷ୍ଟି ହୋଇଛି । ତେବେ ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ଏଥିପାଇଁ ତାଙ୍କୁ ଜୀବନରେ ଅନେକ କିଛି ସହିବାକୁ ପଡିଛି । ତାଙ୍କପାଇଁ ସବୁଠାରୁ ବଡ ସମସ୍ୟା ଥିଲା ତାଙ୍କ ଶରୀରର ରଙ୍ଗ । ଯେଉଁଥିପାଇଁ ସେ ଅନେକ ସ୍ଥାନରେ ବର୍ଣ୍ଣ ବୈଷମ୍ୟତାର ଶିକାର ହୋଇଛନ୍ତି । ପିଲାଦିନରୁ ହିଁ ତାଙ୍କୁ ଏସବୁର ସାମ୍ନା କରିବାକୁ ପଡିଥିଲା । […]

Samaya Live Picture
Published On

ବର୍ତ୍ତମାନ ଗ୍ଲୋବାଲ୍‌ ଷ୍ଟାର୍‌ ଭାବେ ପ୍ରିୟଙ୍କାଙ୍କର ଏକ ସ୍ୱତନ୍ତ୍ରସ୍ଥାନ ସୃଷ୍ଟି ହୋଇଛି । ତେବେ ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ଏଥିପାଇଁ ତାଙ୍କୁ ଜୀବନରେ ଅନେକ କିଛି ସହିବାକୁ ପଡିଛି । ତାଙ୍କପାଇଁ ସବୁଠାରୁ ବଡ ସମସ୍ୟା ଥିଲା ତାଙ୍କ ଶରୀରର ରଙ୍ଗ । ଯେଉଁଥିପାଇଁ ସେ ଅନେକ ସ୍ଥାନରେ ବର୍ଣ୍ଣ ବୈଷମ୍ୟତାର ଶିକାର ହୋଇଛନ୍ତି । ପିଲାଦିନରୁ ହିଁ ତାଙ୍କୁ ଏସବୁର ସାମ୍ନା କରିବାକୁ ପଡିଥିଲା । ପିଲାଦିନେ ସେ ପଢିବାକୁ ଆମେରିକା ଯାଇଥିଲେ, ଯେଉଁଠି ତାଙ୍କୁ ତାଙ୍କ ସାଙ୍ଗସାଥୀ କଳାରଙ୍ଗ ପାଇଁ ହଇରାଣ କରୁଥିଲେ । ତାଙ୍କ ସହ କେହି ସାଙ୍ଗ ହେଉନଥିଲେ, ଏପରିକି ତାଙ୍କ ସହ ଏକାଠି ଖାଦ୍ୟ ମଧ୍ୟ ଖାଉନଥିଲେ । ଏଭଳି ପରିସ୍ଥିତିରୁ ବଞ୍ଚିବାପାଇଁ ପ୍ରିୟଙ୍କା ଅନେକ ସମୟରେ ବାଥରୁମ୍‌ରେ ନିଜର ଲଞ୍ଚ କରୁଥିଲେ । ଏପରିକି ତାଙ୍କ ସାଙ୍ଗମାନେ ସେତେବେଳେ ତାଙ୍କୁ ଭାରତ ଫେରିଯିବାକୁ ବାଧ୍ୟ କରୁଥିବା ପ୍ରିୟଙ୍କା ପ୍ରକାଶ କରିଛନ୍ତି । ତେବେ ଏସବୁ ସେତେବେଳେ ତାଙ୍କର ଆତ୍ମବିଶ୍ୱାସ ଉପରେ ଅନେକ ପ୍ରଭାବ ପକାଇଥିଲା । ତଥାପି ପ୍ରିୟଙ୍କା ସବୁକୁ ସାମନା କରି ନିଜ ଜୀବନରେ ଆଗକୁ ବଢିଥିଲେ, ଯାହା ଆଜି ତାଙ୍କୁ ଗ୍ଲୋବାଲ୍‌ ଷ୍ଟାର୍‌ରେ ପରିଣତ କରିଛି ।

Tags: