‘ଆରଆରଆର’ ଓ ‘ଦି କଶ୍ମୀର ଫାଇଲ୍ସ’କୁ ପଛରେ ପକାଇ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ‘ଛେଲୋ ସୋ’
ମୁମ୍ବାଇ : ଗୁଜୁରାଟୀ ଚଳଚ୍ଚିତ୍ର ‘ଛେଲୋ ସୋ’ ସର୍ବଶ୍ରେଷ୍ଠ ଚଳଚିତ୍ର ସମ୍ମାନ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ କରାଯାଇଛି । ଏଥିପାଇଁ ଏହି ଫିଲ୍ମକୁ ଅଫିସିଆଲ ଏଣ୍ଟ୍ରି ମିଳିଛି । ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରକୁ ଚୟନ କରାଯାଇଛି । ଫେଡେରେସନର ସଭାପତି ନାଗବର୍ନା ଏ ସଂପର୍କରେ ଘୋଷଣା କରିଛନ୍ତି । ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଚଳଚ୍ଚିତ୍ର ଆରଆରଆର ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ […]
ମୁମ୍ବାଇ : ଗୁଜୁରାଟୀ ଚଳଚ୍ଚିତ୍ର ‘ଛେଲୋ ସୋ’ ସର୍ବଶ୍ରେଷ୍ଠ ଚଳଚିତ୍ର ସମ୍ମାନ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ କରାଯାଇଛି । ଏଥିପାଇଁ ଏହି ଫିଲ୍ମକୁ ଅଫିସିଆଲ ଏଣ୍ଟ୍ରି ମିଳିଛି । ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରକୁ ଚୟନ କରାଯାଇଛି । ଫେଡେରେସନର ସଭାପତି ନାଗବର୍ନା ଏ ସଂପର୍କରେ ଘୋଷଣା କରିଛନ୍ତି ।

ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଚଳଚ୍ଚିତ୍ର ଆରଆରଆର ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ ‘ଛେଲୋ ସୋ’ ବାଜି ମାରି ନେଇଛି । ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ମଧ୍ୟରୁ ଗୋଟିକୁ ଓସ୍କାର ପୁରସ୍କାର ନିମନ୍ତ୍ରେ ଭାରତୀୟ ଏଣ୍ଟ୍ରି ଚୟନ କରାଯିବ ବୋଲି ଗତ କିଛି ସପ୍ତାହ ହେଲା ଆଲୋଚନା ହେଉଥିଲା । କି;ୁ ଏବେ ସମସ୍ତ କଳ୍ପନାର ଅନ୍ତ ଘଟିଛି ।

ଆସନ୍ତା ଅକ୍ଟୋବର ୧୪ରେ ଏହି ଚଳଚ୍ଚିତ୍ରଟି ଇଂରାଜୀ ଭାଷାରେ ‘ଲାଷ୍ଟ ଫିଲ୍ମ ସୋ’ ନାମରେ ସାରା ଦେଶର ଥିଏଟରରେ ମୁକ୍ତିଲାଭ କରିବ । ପାନ୍ ନଳିନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ସିଦ୍ଧାର୍ଥ ରୟ କପୁରଙ୍କ ରୟ କପୁର ଫିଲ୍ମସ୍ , ଜୁଗାଡ୍ ମୋସନ ପିକଚର୍ସ, ମନସୁନ ଫିଲ୍ମ ଓ ଛେଲୋ ସୋ ଏଲଏଲପି ଓ ମାର୍କ ଡୁଏଲ ଏହାର ମିଳିତ ପ୍ରଯୋଜକ ଅଛନ୍ତି । ଜୁନ ୨୦୨୧ରେ ଟ୍ରିବେକା ଚଳଚ୍ଚିତ୍ର ଉତ୍ସବରେ ଏହାର ବିଶ୍ୱ ପ୍ରିମିୟର ହୋଇଥିଲା । ୯୫ତମ ଏକେଡେମୀ ପୁରସ୍କାର ଉତ୍ସବ (ଓସ୍କାର) ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ପ୍ରଦାନ କରାଯିବ ।




