ଗ୍ରାମୀ ଆୱାର୍ଡସ୍

ଗ୍ରାମୀ ଆୱାର୍ଡସ୍
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମୌନୀଙ୍କ କ୍ଷୋଭ

ଲସ୍ ଆଞ୍ଜେଲସରେ ଆୟୋଜିତ ହୋଇଯାଇଛି ୬୮ତମ ଗ୍ରାମୀ ଆୱାର୍ଡସ୍ । ଚଳିତ ଗ୍ରାମୀ ଆୱାର୍ଡସ ପୂର୍ବ ଅପେକ୍ଷା ଥିଲା ଟିକେ ଭିନ୍ନ । ଚଳିତଥର ପ୍ରଥମଥର ପାଇଁ ଜଣେ ଧର୍ମଗୁରୁଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ପ୍ରଥମଥର ପାଇଁ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଧର୍ମଗୁରୁ ଦଲାଇଲାମା ଗ୍ରାମୀ ଜିତି ଇତିହାସ ରଚିଛନ୍ତି ।

ସମ୍ବନ୍ଧିତ ଖବର ସଙ୍ଗୀତ ଜାରି ରହିବ

12221

ସମ୍ବନ୍ଧିତ ଖବର ପ୍ରେମରେ ନୋରା

୯ଟି ନୋମିନେସନ୍ ସହ ହାଟ୍ରିକ

ଏହି ବର୍ଷ ଗ୍ରାମୀରେ କେଣ୍ଡ୍ରିକ୍ ଲାମର ଏକ ନୂଆ ହାଟ୍ରିକ ଚରିଛନ୍ତି । କେଣ୍ଡ୍ରିକଙ୍କୁ ଚଳିତ ଗ୍ରାମୀରେ ୯ଟି ନୋମିନେସନ୍ ମିଳିଛି । ସେ ଅନେକ ବଡ଼ ପୁରସ୍କାର ନିଜ ନାମରେ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ପାଖରେ ସର୍ବମୋଟ ୨୬ଟି ଗ୍ରାମୀ ଆୱାର୍ଡ ରହିଛି। 'ବେଷ୍ଟ ରାପ୍ ଆଲବମ୍' ଏବଂ 'ବେଷ୍ଟ ରାପ୍ ସଙ୍ଗ୍' ଜିତି ସେ ହିପ୍-ହପ୍ ସଙ୍ଗୀତ ଦୁନିଆରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଏହି ବିଜୟ ସହ କେଣ୍ଡ୍ରିକ୍ ପ୍ରସିଦ୍ଧ ରାପର୍ ଜେ ଜେଡଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଅନ୍ୟାନ୍ୟ କଳାକାରଙ୍କ ପ୍ରଦର୍ଶନ 

ଅନ୍ୟମାନଙ୍କ ଭିତରେ ଲେଡି ଗାଗା, ପ୍ରସିଦ୍ଧ ପ୍ରଯୋଜକ ସର୍କଟ ଏବଂ ଜ୍ୟାକ୍ ଆଣ୍ଟୋନୋଫ୍ଙ୍କୁ ୭-୭ଟି ନୋମିନେସନ୍ ମିଳିଥିଲା । ଏହା ପଛକୁ ବ୍ୟାଡ୍ ବନି, ଲିଓନ୍ ଥୋମାସ୍ ଏବଂ ସବ୍ରିନା କାର୍ପେଣ୍ଟର ୬-୬ଟି ନୋମିନେସନ୍ ହାସଲ କରିଥିଲେ । ଟ୍ରେଭର ନୋଆ ଏହି ଭବ୍ୟ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିବାବେଳେ ଏହି ଆୱାର୍ଡ ରବିବାର ରାତିରେ (ଭାରତୀୟ ସମୟ ସୋମବାର ସକାଳ) ଅନୁଷ୍ଠିତ ହୋଇଥିଲା । ଏହି ସଙ୍ଗୀତମୟ ସନ୍ଧ୍ୟାରେ ଲେଡି ଗାଗା, ଜଷ୍ଟିନ୍ ବିବର, ଫରେଲ୍ ୱିଲିୟମ୍ସ ଏବଂ ପପ୍ ସେନସେସନ୍ ସବ୍ରିନା କାର୍ପେଣ୍ଟର ନିଜର ସୁପରହିଟ୍ ଗୀତରେ ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

Tags: