ଅକ୍ଷୟଙ୍କୁ କରୀନା ଦେବେ କି ‘ଗୁଡ଼୍‍ ନ୍ୟୁଜ୍‍’ !

ସମୟ ଲାଇଭ,୧୫/୧୧: ପଛକୁ ପଛ ଅକ୍ଷୟ କୁମାରଙ୍କ ଫିଲ୍ମ ରିଲିଜ ହେବାରେ ଲାଗିଛି। ଆଶା ଅନୁସାରେ ଫିଲ୍ମକୁ ସଫଳତା ମଧ୍ୟ ମିଳୁଛି। ତେବେ ଆଗାମୀ ଫିଲ୍ମ ‘ଗୁଡ଼୍‍ ନ୍ୟୁଜ’ ପାଇଁ କସରତ ଚଳାଇଛନ୍ତି ଖିଲାଡ଼ି କୁମାର ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନୟ କରୁଛନ୍ତି କରୀନା। ଏମିତିରେ ଅକ୍ଷୟ-କରୀନାଙ୍କ ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖିବାକୁ ଖୁବ୍‍ ଉତ୍ସାହିତ ଅଛନ୍ତି। ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ କରୀନା ନଜର ଆସିବେନି ବରଂ ଅଭିନେତ୍ରୀ ଅଞ୍ଜନା […]

Samaya Live Picture
Published On

ସମୟ ଲାଇଭ,୧୫/୧୧: ପଛକୁ ପଛ ଅକ୍ଷୟ କୁମାରଙ୍କ ଫିଲ୍ମ ରିଲିଜ ହେବାରେ ଲାଗିଛି। ଆଶା ଅନୁସାରେ ଫିଲ୍ମକୁ ସଫଳତା ମଧ୍ୟ ମିଳୁଛି। ତେବେ ଆଗାମୀ ଫିଲ୍ମ ‘ଗୁଡ଼୍‍ ନ୍ୟୁଜ’ ପାଇଁ କସରତ ଚଳାଇଛନ୍ତି ଖିଲାଡ଼ି କୁମାର ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନୟ କରୁଛନ୍ତି କରୀନା। ଏମିତିରେ ଅକ୍ଷୟ-କରୀନାଙ୍କ ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖିବାକୁ ଖୁବ୍‍ ଉତ୍ସାହିତ ଅଛନ୍ତି। ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ କରୀନା ନଜର ଆସିବେନି ବରଂ ଅଭିନେତ୍ରୀ ଅଞ୍ଜନା ସୁଖାନୀ ତାଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିବେ। ତେବେ ଚଳଚ୍ଚିତ୍ରରେ ଅକ୍ଷୟ, କରୀନା ଓ ଅଞ୍ଜନାଙ୍କ ବ୍ୟତୀତ କିଆରା ଆଡ଼ବାଣୀ ଓ ଦିଲଜିତ୍‍ ଦୋସାଁଝ ପ୍ରମୁଖ ମଧ୍ୟ ଅଛନ୍ତି। ତେବେ ଏଥିରେ କେଉଁ ଅଭିନେତ୍ରୀ କେଉଁ ଅଭିନେତାଙ୍କୁ ‘ଗୁଡ଼ ନ୍ୟୁଜ୍‍’ ଦେଉଛନ୍ତି ତାହା ଫିଲ୍ମ ରିଲିଜ ହେବା ପରେହିଁ ଜଣାପଡ଼ିବ।
ସୂଚନା ଥାଉ କି, ନିକଟରେ ‘ଗୁଡ଼ ନ୍ୟୁଜ’ ଦୁଇଟି ପୋଷ୍ଟର ରିଲିଜ୍‍ ହୋଇଛି ଯେଉଁଥିରେ କି, କିଆରା ଓ କରୀନା ନିଜର ବେବି ବମ୍ପ ଦେଖାଉଥିବା ଦେଖିବାକୁ ମିଳିଛି।

Tags: