ଫ୍ୟାନଙ୍କ ପାଇଁ ଖୁସି ଖବର

ଫ୍ୟାନଙ୍କ ପାଇଁ ଖୁସି ଖବର
Ipsita Picture
By: Ipsita
Published On


ଅଭିନେତ୍ରୀ ବିଦ୍ୟା ବାଲାନ ନିଜ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ନେଇ କି ଆସିଛନ୍ତି । ଖୁବଶୀଘ୍ର ତାଙ୍କୁ ଏକ ନୂଆପ୍ରୋଜେକଫରେ ଦେଖିବାକୁ ମିଳିବ । ତାଙ୍କୁ ଆଗକୁ ଫିଲ୍ମ ଜେଲରର ସିକୁଏଲରେ ଦର୍ଶକ ଦେଖିବାକୁ ପାଇବେ । ଜେଲରର ପ୍ରଥମ ଭାଗକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ, ଏହାର ବକ୍ସ ଅଫିସ କଲେକ୍ସନ ୬୦୦ କୋଟିରୁ ଅଧିକ ହୋଇଥିଲା । ବିଦ୍ୟାଙ୍କ କାଷ୍ଟିଂ ନେଇ ଔପଚାରିକ ଭାବେ ଘୋଷଣା ମଧ୍ୟ ସରିଛି । ଏହି ଫିଲ୍ମରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ବିଦ୍ୟା ଏଥିରେ ସାଉଥ ସୁପର ଷ୍ଟାର ରଜନୀକାନ୍ତଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମଟି ୨୦୨୬ ଅଗଷ୍ଟ ମାସରେ ପରଦାକୁ ଆସିବ ବୋଲି ସୂଚନା ମିଳିଛି । ଏହାର ନିର୍ଦ୍ଦେଶନା ନେଲସନ ଦୀପକ କୁମାର ଦେଇଥିବାବେଳେ ପ୍ରଯୋଜନା ସନ୍‌ ପିକ୍‌ଚର୍ସ କରିଛନ୍ତି । ଏଥିରେ ରଜନୀକାନ୍ତଙ୍କୁ ତାଙ୍କ ଆଇକନିକ ଚରିତ୍ର ଟାଇଗର ମୁଥୁଭେଲ ପାଣ୍ଡିଆନରେ ଦେଖିବାକୁ ମିଳିବ । ମୁଖ୍ୟ ଚରିତ୍ର ଛଡା କେମିଓରେ ଦର୍ଶକ ମୋହନଲାଲ, ଶିବ ରାଜକୁମାର, ନନ୍ଦମୁରୀ ବାଲାକ୍ରିଷ୍ଣା ଓ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦେଖିବେ । ଫିଲ୍ମଟି ଖୁବ ବଡ ହେବ ଏବଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି ।

Tags: