ଗ୍ଲୋବାଲ ଆଇକନ ପ୍ରିୟଙ୍କା

ଗ୍ଲୋବାଲ ଆଇକନ ପ୍ରିୟଙ୍କା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମହିଳା ସାହସୀ ହେବା ଦରକାର

ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା । ନିକଟରେ ଆୟୋଜିତ ହୋଇଥିବା ଗୋଲ୍ଡେନ ଗ୍ଲୋବ ଆୱାର୍ଡ ସେରିମନିରେ ପିସିଙ୍କୁ ଆୱାର୍ଡ ପ୍ରେଜେଣ୍ଟର ଭାବେ ଦେଖିବାକୁ ମିଳିଛି । ଏତେବଡ ମଞ୍ଚରେ ପୁରା ବଲିଉଡର ନାଁକୁ ଆଗକୁ ନେଇଛନ୍ତି ପିସି । ଟେଲିଭିଜନ ଡ୍ରାମା କାଟାଗୋରୀର ପ୍ରେଜେଣ୍ଟର ଭାବେ ପିସିଙ୍କୁ ଆୱାର୍ଡ ଘୋଷଣା କରୁଥିବାର ଦେଖିବାକୁ ମିଳିଛି । ପିସଙ୍କୁ ଉକ୍ତ ମଞ୍ଚରେ ଦେଖି ପ୍ରତିଟି ଭାରତୀୟ ସିନେପ୍ରେମୀ ଗର୍ବିତ ଅନୁଭବ କରିଥିଲେ । ପ୍ରିୟଙ୍କା ବର୍ତ୍ତମାନ ଗ୍ଲୋବାଲ ଆଇକନ ଭାବେ ପରିଚିତ ହୋଇ ପାରିଛନ୍ତି । ସେ ନିଜର ପରିଶ୍ରମ ଏବଂ ପ୍ରତିଭା ବଳରେ ଏହି ସ୍ତରରେ ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି । ଏହି ଆୱାର୍ଡ ଶୋରେ ପିସି ଓ ନିକଙ୍କୁ ଏକାଠି ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା । ଉଭୟଙ୍କ କେମେଷ୍ଟ୍ରୀକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ପ୍ରିୟଙ୍କା ଏହି ଆୱାର୍ଡ ପ୍ରଦାନ କରିବା ସମୟରେ କେ ପପ୍ ଷ୍ଟାର ଲିସାଙ୍କ ସହିତ ଷ୍ଟେଜ ସେୟାର କରିଥିଲେ । ଉଭୟ ଲିମିଟେଡ ସିରିଜ ପାଇଁ ଅଭିନେତା ଓବନ କପୁରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର ନୂଆ ଫିଲ୍ମପାଇଁ ରେଡି

Tags: