ଜେନେଲିଆଙ୍କ ଇଚ୍ଛା
ବଲିଉଡର ଜେନେଲିଆ ଡିସୁଜା ହେଲା ଏକ ପରିଚିତ ନାଁ । ଆକ୍ଟିଙ୍ଗ ହେଉ କିମ୍ବା ସୋସିଆଲ ମିଡିଆକୁ ନେଇ ସବୁବେଳେ ଲାଇମ ଲାଇଟ୍ରେ ଜେନେଲିଆ ରହିଥାଆନ୍ତି । ହେଲେ ରିତେଶ ଦେଶମୁଖଙ୍କୁ ବିବାହ ପରେ ଆକ୍ଟିଙ୍ଗକୁ ବାଏବାଏ କହିଥିଲେ ଜେନେଲିଆ । ପାଖାପାଖି ୨୧ ବର୍ଷ ଧରି ଆକ୍ଟିଙ୍ଗଠୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି ଜେନେଲିଆ । ସେ ରିତେଶ ଅନେକ ସମୟରେ ବିଭିନ୍ନ ରିଆଲିଟି ଶୋ’ରେ ଏକାଠି ହୋଇଥାନ୍ତି । […]
ବଲିଉଡର ଜେନେଲିଆ ଡିସୁଜା ହେଲା ଏକ ପରିଚିତ ନାଁ । ଆକ୍ଟିଙ୍ଗ ହେଉ କିମ୍ବା ସୋସିଆଲ ମିଡିଆକୁ ନେଇ ସବୁବେଳେ ଲାଇମ ଲାଇଟ୍ରେ ଜେନେଲିଆ ରହିଥାଆନ୍ତି । ହେଲେ ରିତେଶ ଦେଶମୁଖଙ୍କୁ ବିବାହ ପରେ ଆକ୍ଟିଙ୍ଗକୁ ବାଏବାଏ କହିଥିଲେ ଜେନେଲିଆ । ପାଖାପାଖି ୨୧ ବର୍ଷ ଧରି ଆକ୍ଟିଙ୍ଗଠୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି ଜେନେଲିଆ । ସେ ରିତେଶ ଅନେକ ସମୟରେ ବିଭିନ୍ନ ରିଆଲିଟି ଶୋ’ରେ ଏକାଠି ହୋଇଥାନ୍ତି । ନିକଟରେ ଜେନେଲିଆ ଏକ ସାକ୍ଷାତକାରରେ ନିଜ ଇଚ୍ଛା ବିଷୟରେ କଥା ହୋଇଛନ୍ତି । ଏଥିରେ ସେ ନିଜ ପୁଅଙ୍କୁ ରିତେଶଙ୍କ ଭଳି କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ଜେନେଲିଆଙ୍କର ଏହି ମନ୍ତବ୍ୟ ତାଙ୍କ ଫ୍ୟାନଙ୍କୁ ବେଶ ପସନ୍ଦ ଆସିଛି । ଅନେକ ସମୟରେ ଜେନେଲିଆ, ରିତେଶ ଓ ତାଙ୍କ ଦୁଇ ପୁଅଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ଉଭୟଙ୍କୁ ଜେନେଲିଆଙ୍କ ସହ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଭିଡିଓରେ ଦେଖିବାକୁ ମିଳେ । ଉଭୟ ନିଜ ବାପାମା’ଙ୍କ ସହ ଏକ ଭଲ ବଣ୍ଡ୍ ସେୟାର କରୁଥିବା ଏହି ଭିଡିଓରୁ ଜଣାପଡିଥାଏ । ଜେନେଲିଆଙ୍କର ଏହି ଇଚ୍ଛାକୁ ଉଭୟ ରିତେଶ ଓ ଜେନେଲିଆଙ୍କର ଫ୍ୟାନମାନେ ବେଶ୍ ପସନ୍ଦ କରିଛନ୍ତି ।




