କାନ୍ଦିଲେ ଜେନେଲିଆ

କାନ୍ଦିଲେ ଜେନେଲିଆ
Ipsita Picture
By: Ipsita
Published On

 

ମୁମ୍ବାଇରେ ଆୟୋଜିତ ନିଜର ଆଗାମୀ ଚଳଚ୍ଚିତ୍ର 'ରାଜା ଶିବାଜୀ'ର ଟ୍ରେଲର ଲଞ୍ଚ୍ ଅବସରରେ ଅଭିନେତା ରିତେଶ ଦେଶମୁଖ ନିଜ ସ୍ୱର୍ଗତ ପିତା ବିଳାସରାଓ ଦେଶମୁଖଙ୍କୁ ମନେ ପକାଇ ମଞ୍ଚ ଉପରେ ଅତି ଭାବପ୍ରବଣ ହୋଇପଡ଼ିଥିଲେ ।  କେବଳ ରିତେଶ ନୁହେଁ ଜେନେଲିଆ ମଧ୍ୟ ଏହି ସମୟରେ ଭାବବିହ୍ବଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଛତ୍ରପତି ଶିବାଜୀ ମହାରାଜଙ୍କ ଭଳି ଏକ ଶକ୍ତିଶାଳୀ ଐତିହାସିକ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ କେବଳ ଏକ ଭୂମିକା ନୁହେଁ ବରଂ ଏକ ବଡ଼ ଦାୟିତ୍ୱ ବୋଲି ରିତେଶ ମତ ଦେଇଥିଲେ । ରିତେଶ ନିଜର ଗତ ୧୨ ବର୍ଷର ସଂଘର୍ଷମୟ ଯାତ୍ରା ବିଷୟରେ ଷ୍ଟେଜରେ ଆଲୋଚନା କରିବା ବେଳେ ତାଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା । ଯାହାକୁ ଦେଖି ଫିଲ୍ମର ପ୍ରଯୋଜିକା ତଥା ପତ୍ନୀ ଜେନେଲିଆ ମଧ୍ୟ ନିଜ କାନ୍ଦ ରୋକିପାରିନଥିଲେ। ସଞ୍ଜୟ ଦତ୍ତ, ଅଭିଷେକ ବଚ୍ଚନ ଏବଂ ବିଦ୍ୟା ବାଲନଙ୍କ ଭଳି ତାରକାମାନଙ୍କୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି ।

Tags: