ଗୀତା ଗନ୍ଦଭୀରଙ୍କ ଐତିହାସିକ ସଫଳତା
ଚଳିତ ବର୍ଷ କୌଣସି ବି ଭାରତୀୟ ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ ହୋଇପାରି ନାହିଁ । ତେବେ ଭାରତୀୟ ବଂଶୋଦ୍ଭବ ଚଳଚ୍ଚିତ୍ର ନିର୍ମାତା ଗୀତା ଗନ୍ଦଭୀର ଭାରତ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ଦ୍ୱାରା ନିର୍ମିତ ଦୁଇଟି ଡକ୍ୟୁମେଣ୍ଟାରୀ ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥିଲା । ଯଦିଓ ଏହି ଦୁଇଟି ଫିଲ୍ମ ପୁରସ୍କାର ଜିତିବାରେ ସଫଳ ହୋଇପାରିଲେ ନାହିଁ, ତଥାପି ଏକାସାଙ୍ଗରେ ଦୁଇଟି ନୋମିନେସନ ପାଇ ସେ ଇତିହାସ ରଚିଛନ୍ତି ।

ଚମକିଲେ ପିସି
ବିଶ୍ୱର ଏହି ସର୍ବବୃହତ ମଞ୍ଚରେ ବଲିଉଡ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ ପୁଣିଥରେ ଦେଖିବାକୁ ମିଳିଥିଲା । ୨୦୧୬ ମସିହା ପରେ ସେ ଦ୍ୱିତୀୟ ଥର ପାଇଁ ଓସ୍କାରର ‘ପ୍ରେଜେଣ୍ଟର’ ଭାବେ ନଜର ଆସିଛନ୍ତି । ଦୁଇଥର ଓସ୍କାରରେ ପୁରସ୍କାର ଉପସ୍ଥାପନ କରିବାରେ ସେ ପ୍ରଥମ ଭାରତୀୟ ଭାବେ ଗୌରବ ହାସଲ କରିଛନ୍ତି । ଓସ୍କାରର ରେଡ କାର୍ପେଟରେ ସେ ନିଜ ସ୍ୱାମୀ ନିକ ଜୋନସଙ୍କ ସହ ଖୁବ୍ ଗ୍ଲାମରସ ଅନ୍ଦାଜରେ ପହଞ୍ଚିଥିଲେ, ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେଉଛି ।
Related Posts



