ରିଜେକସନରୁ ପରଫେକସନ୍
ଦିଲ୍ଲୀର ଏକ ସାଧାରଣ ଶିଖ୍ ପରିବାରରେ ଜନ୍ମିତ ଇଞ୍ଜିନିୟରିଂ ଛାତ୍ରୀ ତାପସୀ ପନ୍ନୁ କେବେ ଭାବି ନଥିଲେ ଯେ ସେ ଗ୍ଲାମର ଦୁନିଆରେ ଜଣେ ପରଫେକ୍ଟ ହିରୋଇନ ହୋଇପାରିବେ । ପ୍ରଥମରୁ ରିଜେକସନ ପାଇଥିବା ଏହି ଅଭିନେତ୍ରୀ ନିଜର ପରିଶ୍ରମ ବଳରେ ରିଜେକସନରୁ ପରଫେକସନରେ ପହଞ୍ଚିପାରିଛନ୍ତି । ତାପସୀ ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରି ସାଉଥ ସିନେମାରେ ଡେବ୍ୟୁ କରିଥିଲେ, କିନ୍ତୁ ସେଠାରେ ଅନେକ ଫିଲ୍ମ ଫ୍ଲପ୍ ହେବା ଯୋଗୁଁ ତାଙ୍କୁ ‘ପନୌତି’ ବା ଅଶୁଭ ବୋଲି ଟ୍ୟାଗ ଦିଆଯାଇଥିଲା । ଯାହା ତାଙ୍କ ଆତ୍ମବିଶ୍ୱାସକୁ ଗଭୀର ଆଘାତ ଦେଇଥିଲା । ଏହାପରେ ବଲିଉଡରେ ‘ଚଶ୍ମେ ବଦ୍ଦୁର୍’ ଜରିଆରେ ପାଦ ଥାପିଥିଲେ। ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା ଚଳଚ୍ଚିତ୍ର ‘ପିଙ୍କ୍ ’। ଏହି ଫିଲ୍ମ ତାଙ୍କୁ ଜଣେ ଗ୍ଲାମରସ୍ ଅଭିନେତ୍ରୀ ପରିବର୍ତ୍ତେ ଜଣେ ଅଭିଜ୍ଞ ଓ ଗମ୍ଭୀର ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରିଥିଲା । ଏହି ଫିଲ୍ମ ପରେ ସେ କେବେ ପଛକୁ ଚାହିଁନାହାନ୍ତି । ଏହାପରେ ଅନେକ ହିଟ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାପସୀଙ୍କ ସଂଘର୍ଷର କାହାଣୀ ସବୁବେଳେ ଅନେକଙ୍କ ପାଇଁ ପ୍ରେରଣାଦାୟୀ ।



