ଖାଇବା ପ୍ରିୟ ତ୍ରିଧା
ଓେବ୍ ସିରିଜ ଆଶ୍ରମରେ ବବିତା ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନକୁ ଛୁଇଁଥିବା ତ୍ରିଧା ଚୌଧୁରୀଙ୍କୁ ନିକଟରେ କପିଲ ଶର୍ମାଙ୍କ ଫିଲ୍ମରେ ଦେଖିବାକୁ ମିଳିଛି । ତାଙ୍କୁ କପିଲଙ୍କ ସହିତ ଫିଲ୍ମ କିସ କିସ କୋ ପ୍ୟାର କରୁ ୨ରେ ଦେଖିବାକୁ ମିଳିଛି । ଓେବସିରିଜରେ ଦମଦାର ଆକ୍ଟିଂ ପାଇଁ ଅଭିନେତ୍ରୀଙ୍କୁ ଅନେକ ପ୍ରଶଂସା ମିଳିଥିଲା, ଫିଲ୍ମକୁ ନେଇ ମଧ୍ୟ ଖୁବ ଆଶାବାଦୀ ଅଛନ୍ତି ତ୍ରିଧା । ସେ ନିଜର ଶତପ୍ରତିଶତ ଏହି ଫିଲ୍ମରେ ଦେଇଥିବା ଅନେକ ସାକ୍ଷାତକାରରେ ସେ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଅଭିନୟ ସହିତ ଖାଇବା ତ୍ରିଧାଙ୍କର ଖୁବ ପସନ୍ଦ । ତାଙ୍କୁ ଷ୍ଟ୍ରିଟ ଫୁ଼ଡ ଖାଇବାକୁ ଖୁବ ଭଲଲାଗିଥାଏ ବୋଲି ନିକଟରେ ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି । କେବଳ ଷ୍ଟ୍ରିଟ ଫୁଡ ନୁହେଁ ଦେଶୀ ଘରୋଇ ଖାଇବା ମଧ୍ୟ ତାଙ୍କୁ ଖୁବ ପସନ୍ଦ ଆସିଥାଏ । ତାଙ୍କୁ ମାଛ, ଡାଲି, ଖିରି, ପଲଉ, ଚିକେନ ଆଦି ଖୁବ ପସନ୍ଦ । ତାଙ୍କୁ ଖାଦ୍ୟରେ ମିଠା ଖାଇବାକୁ ଖୁବ ଭଲ ଲାଗିଥାଏ । ତେବେ ଅଭିନୟ ପାଇଁ ତାଙ୍କୁ ଖାଇବା ସହିତ କେବେ କମ୍ପରମାଇଜ କରିବାକୁ ପଡିନି । ସେ ସବୁବେଳେ ମନ ଭରି ଖାଇଥାଆନ୍ତି ଏବଂ ବ୍ୟାୟାମ କରିଥାଆନ୍ତି ବୋଲି ଅଭିନେତ୍ରୀ ପ୍ରକାଶ କରିଛନ୍ତି ।



