ପ୍ରଥମଥର ଏକାଠି
By: Ipsita
ସମ୍ବନ୍ଧିତ ଖବର ଘୁଞ୍ଚିଲା ରିଲିଜ
ନିକଟରେ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ଓମାଇଗଡ ପରଦାକୁ ଆସିବ । ଏଥିରେ ଦର୍ଶକ ନବେ ଦଶକର ଷ୍ଟାର ଅକ୍ଷୟ କୁମାର ଓ ରାଣୀ ମୁଖାର୍ଜିଙ୍କୁ ଏକାଠି ଦେଖିବେ । ଉଭୟଙ୍କ ଷ୍ଟାରଡମ ଏହି ଫିଲ୍ମଟିକୁ ସୁପର ହିଟ କରିବାନେଇ ମେକର୍ସ ଆଶା ରଖିଛନ୍ତି । ଦର୍ଶକ ମଧ୍ୟ ଏହି ଯୋଡିକୁ ପରଦାରେ ଦେଖିବାକୁ ଚାହିଁ ରହିଛନ୍ତି । ପୂର୍ବରୁ ଅନେକ ଫିଲ୍ମରେ ଉଭୟଙ୍କୁ କାଷ୍ଟ କରାଯିବାନେଇ ଯୋଜନା ହୋଇଥିଲେ ମଧ୍ୟ ସଫଳ ହୋଇ ନାହିଁ । ଉଭୟ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବାକୁ ଚାହୁଁଛନ୍ତି ତେଣୁ ଉଭୟଙ୍କ ଫ୍ୟାନ ଖୁବ ଉତ୍ସାହିତ ଅଛନ୍ତି । ସେହିଭଳି ଏହି କାଷ୍ଟିଂ ଏହି ବର୍ଷର ସବୁଠାରୁ ବଡ କାଷ୍ଟିଂ ହେବ ବୋଲି ସମୀକ୍ଷକ ମତ ଦେଇଛନ୍ତି । ଫିଲ୍ମର ଅନ୍ୟ ଭାଗ ଅପେକ୍ଷା ଏହି ଭାଗ ଅଧିକ ହିଟ ହେବ ବୋଲି ମେକର୍ସ ଆଶା ରଖିଛନ୍ତି, କାରଣ ଏଥିରେ ପ୍ରଥମଥର ରାଣୀ ଓ ଅକ୍ଷୟଙ୍କୁ ଏକାଠି ଦେଖିବାକୁ ମିଳିବ ।
ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ
Tags:



