ପୁଣି ପସନ୍ଦ ଅଦା

ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ବି-ଟାଉନ୍‌ର ନାୟିକା ଅଦା ଶର୍ମା । ‘ଦି କେରଲା ଷ୍ଟୋରୀ’ ତାଙ୍କୁ ବି-ଟାଉନ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏଥିରେ ତାଙ୍କ ଚରିତ୍ର ବେଶ ହଟ୍‌କେ ରହିଥିଲା । ସେହିଭଳି ପୁଣି ଆଉ ଏକ ହଟକେ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଏଥର ସେ ଏକ ନକ୍ସଲ ଷ୍ଟୋରୀରେ ନଜର ଆସିବେ । ତେବେ ଚର୍ଚ୍ଚାର ବିଷୟ ହେଲା ଏହି ଫିଲ୍ମଟିକୁ ମଧ୍ୟ ଦି […]

Samaya Live Picture
Published On

ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ବି-ଟାଉନ୍‌ର ନାୟିକା ଅଦା ଶର୍ମା । ‘ଦି କେରଲା ଷ୍ଟୋରୀ’ ତାଙ୍କୁ ବି-ଟାଉନ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏଥିରେ ତାଙ୍କ ଚରିତ୍ର ବେଶ ହଟ୍‌କେ ରହିଥିଲା । ସେହିଭଳି ପୁଣି ଆଉ ଏକ ହଟକେ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଏଥର ସେ ଏକ ନକ୍ସଲ ଷ୍ଟୋରୀରେ ନଜର ଆସିବେ । ତେବେ ଚର୍ଚ୍ଚାର ବିଷୟ ହେଲା ଏହି ଫିଲ୍ମଟିକୁ ମଧ୍ୟ ଦି କେରଲା ଷ୍ଟୋରୀର ମେକର୍ସମାନେ ହିଁ ପ୍ରସ୍ତୁତ କରିଛନ୍ତି । ବିପୁଲ ଶାହଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଉଛି । ନବାଗତ ହୋଇ ମଧ୍ୟ ମେକର୍ସଙ୍କର ପୁଣି ପସନ୍ଦ ପାଲଟିଥିବାରୁ ବେଶ୍‌ ଉତ୍ସୁକ ଅଛନ୍ତି ଅଦା । ଏହି ଫିଲ୍ମରେ ଅଦାଙ୍କୁ ଛତିଶଗଡର ପୋଲିସ ଭୂମିକାରେ ଦେଖିବାକୁ ମିଳିବ । ସେ ବସ୍ତର ରେଞ୍ଜର ଆଇଜି ଭୂମିକାରେ ନଜର ଆସିବେ, ଯେଉଁ ଚରିତ୍ରର ନାଁ ରହିଛି ନୀରଜ ମାଧବନ । ଫିଲ୍ମ ବିଷୟରେ ଜଣା ପଡିବା ପରେ ଅଦାଙ୍କ ଫ୍ୟାନମାନେ ବହୁତ ଖୁସି ଅଛନ୍ତି । ଅଦାଙ୍କର ଆଉ ଏକ ଆଇକନିକ୍‌ ମୁଭିକୁ ସେମାନେ ଦେଖିବାକୁ ପ୍ରତୀକ୍ଷା କରିଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

Tags: