ବିବାହ ନକରିବାକୁ ମିଳିଥିଲା ପରାମର୍ଶ

ନିକଟରେ କରୀନା କପୁରଙ୍କ ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି । ଯେତେବେଳେ କରୀନା ସୈଫଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଅନେକ ଲୋକ ତାଙ୍କୁ ବିବାହ ପାଇଁ ମନା କରିଥିଲେ । ବିବାହ କରିବା ଦ୍ୱାରା କ୍ୟାରିୟର ନଷ୍ଟ ହୋଇଯିବ ବୋଲି କରୀନାକୁ ପରାମର୍ଶ ମିଳିଥିଲା, ହେଲେ କରୀନା ଏହାକୁ ଭୃକ୍ଷେପ ନକରି ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ତାଙ୍କ କ୍ୟାରିୟରରେ ଖୁବ ସଫଳତା ପାଇଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି […]

Samaya Live Picture
Published On

ନିକଟରେ କରୀନା କପୁରଙ୍କ ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି । ଯେତେବେଳେ କରୀନା ସୈଫଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଅନେକ ଲୋକ ତାଙ୍କୁ ବିବାହ ପାଇଁ ମନା କରିଥିଲେ । ବିବାହ କରିବା ଦ୍ୱାରା କ୍ୟାରିୟର ନଷ୍ଟ ହୋଇଯିବ ବୋଲି କରୀନାକୁ ପରାମର୍ଶ ମିଳିଥିଲା, ହେଲେ କରୀନା ଏହାକୁ ଭୃକ୍ଷେପ ନକରି ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ତାଙ୍କ କ୍ୟାରିୟରରେ ଖୁବ ସଫଳତା ପାଇଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେହିଭଳି ବିବାହ ପୂର୍ବରୁ କେବେ ବି କାହାର ଚାପରେ ଆସନ୍ତୁ ନାହିଁ ବୋଲି କରୀନା ମତ ଦେଇଛନ୍ତି । ଯେତେବେଳେ ନିଜେ ସଠିକ୍‌ ସମୟ ଭାବୁଛନ୍ତି ସେତେବେଳେ ବିବାହ କରନ୍ତୁ ବୋଲି କରୀନା ତାଙ୍କ ସାକ୍ଷାତକାରରେ ମତ ଦେଇଛନ୍ତି ।

Tags: