ସ୍ପଷ୍ଟ କରିଲେ ତାରା

ତାରା ସୁତରିଆ ଗତ କିଛି ଦିନ ହେବ ନିଜର ବ୍ରେକଅପ୍‌ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ହେଲେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ତାରା I ନିଜର ବ୍ରେକଅପ୍‌ କଥାକୁ ସେ ସ୍ପଷ୍ଟ କରିଛନ୍ତି । ବୟଫ୍ରେଣ୍ଡ୍‌ ଆଦର ଜୈନଙ୍କ ସହ ବ୍ରେକଅପ୍‌ ନେଇ ସେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ସିଙ୍ଗଲ୍‌ ଥିବା ଏହି ସାକ୍ଷାତକାରରେ କହିଛନ୍ତି । ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । […]

Samaya Live Picture
Published On

ତାରା ସୁତରିଆ ଗତ କିଛି ଦିନ ହେବ ନିଜର ବ୍ରେକଅପ୍‌ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ହେଲେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ତାରା I ନିଜର ବ୍ରେକଅପ୍‌ କଥାକୁ ସେ ସ୍ପଷ୍ଟ କରିଛନ୍ତି । ବୟଫ୍ରେଣ୍ଡ୍‌ ଆଦର ଜୈନଙ୍କ ସହ ବ୍ରେକଅପ୍‌ ନେଇ ସେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ସିଙ୍ଗଲ୍‌ ଥିବା ଏହି ସାକ୍ଷାତକାରରେ କହିଛନ୍ତି । ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଗତ କିଛି ଦିନ ହେବ ଏନେଇ ଅନେକ ଗୁଜବ ସହିତ ତାଙ୍କ ନାଁକୁ ଅନେକ ଲୋକଙ୍କ ସହିତ ଯୋଡା ଯାଇଥିଲା, ତେଣୁ ତାରା ଏହି ସୂଚନା ଦେଇଥିବା ପ୍ରକାଶ କରିଛନ୍ତି । ନିକଟରେ ତାରାଙ୍କ ନାଁକୁ ଅଭିନେତା କାର୍ତ୍ତିକ ଆରିୟନଙ୍କ ସହ ମଧ୍ୟ ଯୋଡାଯାଇଥିଲା । ହେଲେ ବର୍ତ୍ତମାନ ତାରାଙ୍କର ଷ୍ଟେଟମେଣ୍ଟ୍‌ ସମସ୍ତ କଥାକୁ ମିଛ ବୋଲି ପ୍ରମାଣିତ କରିଛି । ତେବେ ତାରା ଆଦରଙ୍କୁ ୨୦୧୮ରେ ପ୍ରଥମଥର ପାଇଁ ଦେଖିଥିଲେ, ଏହାପରେ ଉଭୟ ଡେଟ୍‌ କରୁଥିବା ନେଇ ସୂଚନା ମିଳିଥିଲା । ଉଭୟ ରିଲେସନସିପ୍‌ର ୪ବର୍ଷ ପରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।

Tags: