କମ୍‌ବ୍ୟାକ୍‌ ପାଇଁ ରେଡି

ବର୍ତ୍ତମାନ ମହିମା ଚୌଧୁରୀ ନିଜର କମ୍‌ବ୍ୟାକ୍‌ ଫିଲ୍ମ ସିଗ୍‌ନେଚରକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜରିଆରେ ମହିମା ଆଠ ବର୍ଷ ପରେ ପରଦାକୁ ଫେରିବାକୁ ଯାଉଛନ୍ତି, ଯାହାକୁ ନେଇ ସେ ନର୍ଭସ ଥିବା ମଧ୍ୟ ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରୁଛନ୍ତି । ସେହିଭଳି ଏକ ସାକ୍ଷାତକାରରେ ମହିମା ୧୯୯୯ ମସିହା ଫିଲ୍ମ ଦିଲ୍‌ କ୍ୟା କରେର ସୁଟିଂ ସମୟର କଥାକୁ ବଖାଣିଛନ୍ତି । ଏହି ସମୟରେ ମହିମାଙ୍କର ଏକ ଦୁର୍ଘଟଣା ହୋଇଥିଲା । […]

Samaya Live Picture
Published On

ବର୍ତ୍ତମାନ ମହିମା ଚୌଧୁରୀ ନିଜର କମ୍‌ବ୍ୟାକ୍‌ ଫିଲ୍ମ ସିଗ୍‌ନେଚରକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜରିଆରେ ମହିମା ଆଠ ବର୍ଷ ପରେ ପରଦାକୁ ଫେରିବାକୁ ଯାଉଛନ୍ତି, ଯାହାକୁ ନେଇ ସେ ନର୍ଭସ ଥିବା ମଧ୍ୟ ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରୁଛନ୍ତି । ସେହିଭଳି ଏକ ସାକ୍ଷାତକାରରେ ମହିମା ୧୯୯୯ ମସିହା ଫିଲ୍ମ ଦିଲ୍‌ କ୍ୟା କରେର ସୁଟିଂ ସମୟର କଥାକୁ ବଖାଣିଛନ୍ତି । ଏହି ସମୟରେ ମହିମାଙ୍କର ଏକ ଦୁର୍ଘଟଣା ହୋଇଥିଲା । ଯେଉଁ ଦୁର୍ଘଟଣାରେ ତାଙ୍କ ମୁହଁରେ ଖୁବ ଅଧିକ କ୍ଷତ ସୃଷ୍ଟି ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ମହିମା ଖୁବ ଡରିଯାଇଥିଲେ, କାରଣ ତାଙ୍କୁ ଲାଗିଥିଲା ତାଙ୍କ କ୍ଷତ କାରଣରୁ ତାଙ୍କୁ ଇଣ୍ଡଷ୍ଟ୍ରୀ ବୟକଟ୍‌ କରିଦେବ । ଯାହା ବିଷୟରେ ସେ କେବଳ ଅଜୟ ଦେବଗନଙ୍କ ସହିତ କଥା ହୋଇଥିଲେ । ହେଲେ ଏଭଳି ହୋଇନଥିଲା, ମହିମା ପୁଣି ସୁସ୍ଥ ହୋଇ ଇଣ୍ଡଷ୍ଟ୍ରୀକୁ ଫେରିଥିଲେ ଏବଂ କାମ କରିଥିଲେ । ସେହିଭଳି କ୍ୟାନ୍ସର ସମୟରେ ମଧ୍ୟ ତାଙ୍କୁ ଲାଗିଥିଲା ସେ ଆଉ ଅଭିନୟକୁ ଫେରିବେ ନାହିଁ । ହେଲେ କ୍ୟାନ୍ସରକୁ ହରାଇ ସେ ପୁଣି ପରଦାକୁ ଫେରିଥିଲେ । ୧୯୯୭ରେ ବି ଟାଉନ୍‌ରେ ଡେବୁ୍ୟ କରିଥିବା ମହିମା ୨୦୦୨ ପର୍ଯ୍ୟନ୍ତ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ୨୦୦୬ ପରଠାରୁ ସେ ପରଦାରୁ ଦୂରେଇବା ଆରମ୍ଭ କରିଥିଲେ, ଏହି ସମୟରେ ସେ ନିଜ ପରିବାର ପାଇଁ ସମୟ ଦେଇଥିଲେ । ଏହାପରେ ତାଙ୍କୁ ଅନେକ ସମସ୍ୟା ଦେଖିବାକୁ ପଡିଥିଲା । ୨୦୧୩ତାଙ୍କର ଛାଡପତ୍ର ମଧ୍ୟ ହୋଇଥିଲା, କିନ୍ତୁ ଏହାପରେ ବି ଅଭିନୟ ପ୍ରତିଥିବା ଭଲ ପାଇବା ତାଙ୍କୁ ପୁଣିଥରେ ପରଦାକୁ ଫେରାଇ ଆଣିଥିଲା ।

Tags: