ସେଲିବ୍ରିଟିଙ୍କର ପର୍ଫମାନ୍ସ ଫିସ୍‌

ଅନେକ ସମୟରେ ବିଭିନ୍ନ ଧନୀ ଲୋକଙ୍କର କୌଣସି ଉତ୍ସବରେ ସେଲିବ୍ରିଟି ମାନଙ୍କୁ ନାଚୁଥିବାର ଦେଖିବାକୁ ମିଳିଥାଏ । ଏହି ସେଲିବ୍ରିଟିମାନେ ମାତ୍ର ୫ -୧୦ ମିନିଟ୍‌ ପାଇଁ ଏହି ସବୁ ଫଙ୍କସନ୍‌ରେ ଯୋଗ ଦେଇଥାଆନ୍ତି । ହେଲେ ସେମାନଙ୍କ ଫିସ୍‌ ଥାଏ ଆଖିଦୃଶିଆ । ଏହି ଫିସ୍‌ରେ ଜଣେ ସାଧାରଣ ଲୋକ ୩ ରୁ ୪ଟି ସମ୍ପୂର୍ଣ୍ଣ ବିବାହ ଖର୍ଚ୍ଚ ମଧ୍ୟ ଉଠାଇ ପାରିବ । ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ଏକ୍ସପର୍ଟଙ୍କ ସୂଚନା ଅନୁସାରେ ସଲମାନ ଓ ଶାହରୁଖ […]

ସେଲିବ୍ରିଟିଙ୍କର ପର୍ଫମାନ୍ସ ଫିସ୍‌
Samaya Live Picture
Published On

ଅନେକ ସମୟରେ ବିଭିନ୍ନ ଧନୀ ଲୋକଙ୍କର କୌଣସି ଉତ୍ସବରେ ସେଲିବ୍ରିଟି ମାନଙ୍କୁ ନାଚୁଥିବାର ଦେଖିବାକୁ ମିଳିଥାଏ । ଏହି ସେଲିବ୍ରିଟିମାନେ ମାତ୍ର ୫ -୧୦ ମିନିଟ୍‌ ପାଇଁ ଏହି ସବୁ ଫଙ୍କସନ୍‌ରେ ଯୋଗ ଦେଇଥାଆନ୍ତି । ହେଲେ ସେମାନଙ୍କ ଫିସ୍‌ ଥାଏ ଆଖିଦୃଶିଆ । ଏହି ଫିସ୍‌ରେ ଜଣେ ସାଧାରଣ ଲୋକ ୩ ରୁ ୪ଟି ସମ୍ପୂର୍ଣ୍ଣ ବିବାହ ଖର୍ଚ୍ଚ ମଧ୍ୟ ଉଠାଇ ପାରିବ । ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ଏକ୍ସପର୍ଟଙ୍କ ସୂଚନା ଅନୁସାରେ ସଲମାନ ଓ ଶାହରୁଖ କୌଣସି ବିବାହରେ ପର୍ଫମାନ୍ସ ଦେବା ପାଇଁ ତିନି କୋଟି ଟଙ୍କା ଚାର୍ଜ କରିଥାଆନ୍ତି । ବେଳେବେଳେ ଏହା ଅଧିକ ମଧ୍ୟ ହୋଇଥାଏ । ସେହିଭଳି ରଣବୀର ସିଂ ୧.୭୫ କୋଟି, ରଣବୀର କପୁର ୧.୫ କୋଟି, ଆଲିଆ ଓ ଦିପିକା ୧.୫ କୋଟି ଚାର୍ଜ କରନ୍ତି । ତେବେ ଏହି ଷ୍ଟାରଙ୍କ ତୂଳନାରେ ସିଙ୍ଗରଙ୍କର ଫିସ୍‌ ଅଧିକ । ଏମାନଙ୍କ ଚାର୍ଜ ଆକେଫ୍ରସଙ୍କ ଠାରୁ ମଧ୍ୟ ଅଧିକ ହୋଇଥାଏ । ଅରଜିତ୍‌ ସିଂ କୌଣସି ବିବାହରେ ପର୍ଫମାନ୍ସ ଦେବା ପାଇଁ ୫କୋଟି ଅଧିକ ଡିମାଣ୍ଡ୍‌ କରନ୍ତି । ସୂଚନା ଅନୁସାରେ ଏହା ସବୁଠାରୁ ଅଧିକ । ସେହିଭଳି ଅନ୍ୟ ସିଙ୍ଗରମାନେ ମଧ୍ୟ କିଏ ୪ କୋଟି କିଏ ୩ କୋଟି ଚାର୍ଜ କରି ଥାଆନ୍ତି । ତେବେ ସାହରୁଖ ଓ ସଲମାନଙ୍କ ପାଇଁ ରିକୁଏଷ୍ଟ କମ ଆସୁଥିବା ନେଇ ଏହି ଇଭେଣ୍ଟମ୍ୟାନେଜର ସୂଚନା ଦେଇଛନ୍ତି । ସବୁଠାରୁ ଅଧିକ ମିକା ସିଂ, ନେହା , ଗୁରୁ ରନ୍ଧାବାଙ୍କ ଭଳି ସିଙ୍ଗରମାନଙ୍କର ଅଧିକ ଡିମାଣ୍ଡ ରହୁଥିବା ସେ ପ୍ରକାଶ କରିଛନ୍ତି ।

Tags: