ନାଗିନକୁ ବିଦାୟ

ନାଗିନକୁ ବିଦାୟ
Ipsita Picture
By: Ipsita
Published On

 

ଏକତା କପୁରଙ୍କ ଲୋକପ୍ରିୟ ଟେଲିଭିଜନ ଫ୍ରାଞ୍ଚାଇଜ୍ ନାଗିନ୍-୭ଖୁବଶୀଘ୍ର ପରଦାରୁ ବିଦାୟ ନେବାକୁ ଯାଉଛି । ଆସନ୍ତା ଜୁନ୍ ୭ ତାରିଖରେ ଏକତାଙ୍କ ଜନ୍ମଦିନ ଅବସରରେ ଏହି ସୋର ଶେଷ ପ୍ରସାରଣ ହେବ ବୋଲି ସେ ନିଜେ ଇନଷ୍ଟାଗ୍ରାମ ଜରିଆରେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଏହି ସିଜନ୍କୁ ଏପ୍ରିଲ ୨୦୨୬ରେ ଶେଷ କରିବାକୁ ଯୋଜନା ରହିଥିଲେ ମଧ୍ୟ ଚ୍ୟାନେଲର ଅନୁରୋଧ କ୍ରମେ ଏହାର ଅବଧିକୁ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯାହାଫଳରେ ଦର୍ଶକ ଆହୁରି କିଛି ମାସ ଏହାର ମଜା ନେଇପାରିବେ। ଏକତା କହିଛନ୍ତି ଯେ, ଅନ୍ୟ ପ୍ରୋଜେକ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ଏବେ ନାଗିନ୍ର ଛୋଟ ଛୋଟ ସିଜନ୍ କରିବାକୁ ଚାହୁଁଛନ୍ତି । ତେବେ ୨୦୨୭ରେ ଏକ ନୂଆ ସିଜନ୍ ସହ ଏହି ଧାରାବାହିକ ପୁଣି ଥରେ ଫେରିବ। ପ୍ରିୟଙ୍କା ଚହର ଚୌଧୁରୀ ଏବଂ ନାମିକ ପାଲଙ୍କ ଅଭିନୀତ ଏହି ସିଜନ୍ ଟିଆରପି ତାଲିକାର ଶୀର୍ଷ ୧୦ ମଧ୍ୟରେ ସ୍ଥାନ ପାଇଥିଲା, ହେଲେ ନିକଟରେ ଏହାର ରେଟିଂ କମିବାରେ ଲାଗିଛି । ତେଣୁ ଆସନ୍ତା ବର୍ଷ ଏକ ନୂଆ ରୂପରେ ଫେରିବା ପାଇଁ ନିର୍ମାତାମାନେ ବର୍ତ୍ତମାନ ଏହି ବିରତି ନେବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Tags: