ବିଦାୟ ' ନାନା '

ବିଦାୟ ' ନାନା '
Ipsita Picture
By: Ipsita
Published On

 

ଭାରତୀୟ ସିନେମା ଜଗତର ଜଣେ ବଳିଷ୍ଠ ଓ ସ୍ୱାଭିମାନୀ କଳାକାର ଭାବେ ସମସ୍ତଙ୍କର ପ୍ରିୟଥିଲେ ନାନା ପାଟେକର । ନିଜର ଜୀବନ୍ତ ଅଭିନୟ, ଶାଣିତ ସଂଳାପ ଏବଂ ନିଷ୍କପଟ ଜୀବନଶୈଳୀ ପାଇଁ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ସଦା ସର୍ବଦା ଅମର ରହିବେ। ଏହି ମହାନ ଅଭିନେତାଙ୍କ ବିଦାୟ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଭାରତୀୟ ସିନେମାରେ ତାଙ୍କର ଅବଦାନ କଳାପ୍ରେମୀଙ୍କ ମନରେ ଚିରଦିନ ପାଇଁ  ସ୍ମୃତି ହୋଇ ରହିବ।

ଆରପାରିରେ ବଲିଉଡର କ୍ରାନ୍ତିବୀର ନାନ ପାଟେକର ।  ୮ ଅକ୍ଟୋବର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଥିଲା । ଗୋଆସ୍ଥିତ ନିଜ ଘରେହିଁ ତାଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ଘଟିଛି । ତେବେ ନାନା ପାଟେକରଙ୍କ ମୃତ୍ୟୁରେ ବଲିଉଡରେ ଏକ ଯୁଗର ଅବସାନ ଘଟିଛି । ନାନାଙ୍କର ଅଗଣିତ ଫ୍ୟାନଙ୍କ ପାଇଁ ଏହି ଖବରଟି ଖୁବ ଦୁଃଖ ଦାୟକ । ଏତେ ଫିଟ୍ଥିବା ମଣିଷଟି ହଠାତ୍ ସବୁକିଛି ପଛରେ ପକାଇ କେଉଁ ଅଫେରା ରାଇଜକୁ ଚାଲିଯାଇଛି । ତାଙ୍କର ଭର୍ସାଟାଇଲ ଆକ୍ଟିଂ, ଦମଦାର ଡାଇଲଗ ସବୁକୁ ସିନେପ୍ରେମୀ ସବୁବେଳ ପାଇଁ ଝୁରି ହେବେ । ଏଭଳି ଅନେକ ଚରିତ୍ର ରହିଛି ଯାହା ନାନାଙ୍କୁ ସବୁବେଳେ ବଲିଉଡର ଇତିହାସରେ ଜୀବନ୍ତ କରି ରଖିବ । ନାନାଙ୍କ ପୂରା ନାମ ଥିଲା ବିଶ୍ୱନାଥ ନାନା ପାଟେକର, ଯାହାଙ୍କ ଜନ୍ମ ୧, ଜାନୁୟାରୀ ୧୯୫୧ରେ ମହାରାଷ୍ଟ୍ର ମୁରାଦ ଜିଲ୍ଲାରେ ହେଇଥିଲା । ମୁମ୍ବାଇର  ଜେ॰ଜେ ॰ ଇନ୍ଷ୍ଟିଚ୍ୟୁଟରେ ଆପ୍ଲାଏଡ ଆର୍ଟସରେ ପଢ଼ିଥିବା ନାନା ଅଭିନୟରେ ଥିଲେ ଖୁବ ନିପୁଣ । ନାନା ପାଟେକର ନିଜ କ୍ୟାରିୟରରେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି । କେତେବେଳେ ହିରୋ ତ କେବେ ଖଳନାୟକ, ଆଉକେତେବେଳେ କମେଡିଆନ ହୋଇ ଦର୍ଶକଙ୍କୁ ହସାଇଛନ୍ତି । ହିନ୍ଦୀ ଛଡା ସେ ଅନେକ ମରାଠି ଫିଲ୍ମରେ ଭି ଅଭିନୟ କରିଛନ୍ତି । ତାଙ୍କର ଫିଲ୍ମ 'ଗମନ' , 'ପ୍ରତିଘାତ', 'ମୋହରେ', 'ସଲାମ ବମ୍ବେ' ଖୁବ ଲୋକପ୍ରିୟ । ଖଳନାୟକ ଭୂମିକାରେ ସେ 'ପରିନ୍ଦା'ରେ ଅଭିନୟ କରି 'ଜାତୀୟ ଫିଲ୍ମ ପୁରସ୍କାର' ଲାଭ କରିଥିଲେ । ସେ ଖେଳ କୁଦରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ । ରାଇଫଲ ଶୁଟିଙ୍ଗରେ ତାଙ୍କର ରୁଚି ରହିଛି । ଏଥିରେ ସେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ମଧ୍ୟ ଯୋଗଦାନ କରିଛନ୍ତି । କେବଳ ଅଭିନୟ ନୁହେଁ ସଙ୍ଗୀତରେ ମଧ୍ୟ ତାଙ୍କର ରୁଚି ରହିଥିଲା । ନାନା ପାଟେକାର ଫିଲ୍ମ 'ଜସବନ୍ତ' , 'ବାଜୁଦ'ଓ 'ଆଞ୍ଚ'ରେ ଗୀତ ମଧ୍ୟ ଗାଇଛନ୍ତି । ଏହାସହ ଫିଲ୍ମନିର୍ଦ୍ଦେଶନାରେ ମଧ୍ୟ ରୁଚି ରଖିଥିଲେ ନାନା ପାଟେକର ।  'ପ୍ରହାର' ନାମକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ନାନା। 'ପ୍ରହାର ' ଏକ ସାଧାରଣ ଧାରା ଚଳଚ୍ଚିତ୍ର ନ ହେଇ ଏକ ନୂଆ ଧାରାର ଚିତ୍ର ଭାବରେ ବହୁଳ ଆଦୃତ ହେଇଥିଲା।

Tags: