ଫ୍ୟାନ୍ଙ୍କ ଟାର୍ଗେଟରେ ମେକର୍ସ
ଦୀପିକାଙ୍କ ଫ୍ୟାନମାନେ ବର୍ତ୍ତମାନ ଖୁବ ରାଗିଛନ୍ତି । ତେବେ ଏହି ରାଗ ଦୀପିକା ନୁହେଁ ବରଂ କଲ୍କି ୨୮୯୮ ଏଡ୍ର ମେକର୍ସଙ୍କ ଉପରେ । କାରଣ ସୂଚନା ଅନୁସାରେ ଏହି ଫିଲ୍ମର କ୍ରେଡିଟ୍ ଲିଷ୍ଟରୁ ଦୀପିକାଙ୍କ ନାଁକୁ ମେକର୍ସମାନେ ବାଦ ଦେଇଛନ୍ତି । ଯାହାକୁ ନେଇ ଦୀପିକାଙ୍କ ଫ୍ୟାନମାନେ ବର୍ତ୍ତମାନ ନିଜର ଅସନ୍ତୋଷ ଦେଖାଇବାରେ ଲାଗିଛନ୍ତି । କଲ୍କିର ସିକ୍ୟୁଏଲରୁ କାର୍ଯ୍ୟ କରିବାର ସମୟକୁ ନେଇ ଦୀପିକାଙ୍କୁ ବାଦ ଦିଆଯାଇଥିଲା । ଦୀପିକା ନୂଆନୂଆ ମା’ ହୋଇଥିବାରୁ […]
ଦୀପିକାଙ୍କ ଫ୍ୟାନମାନେ ବର୍ତ୍ତମାନ ଖୁବ ରାଗିଛନ୍ତି । ତେବେ ଏହି ରାଗ ଦୀପିକା ନୁହେଁ ବରଂ କଲ୍କି ୨୮୯୮ ଏଡ୍ର ମେକର୍ସଙ୍କ ଉପରେ । କାରଣ ସୂଚନା ଅନୁସାରେ ଏହି ଫିଲ୍ମର କ୍ରେଡିଟ୍ ଲିଷ୍ଟରୁ ଦୀପିକାଙ୍କ ନାଁକୁ ମେକର୍ସମାନେ ବାଦ ଦେଇଛନ୍ତି । ଯାହାକୁ ନେଇ ଦୀପିକାଙ୍କ ଫ୍ୟାନମାନେ ବର୍ତ୍ତମାନ ନିଜର ଅସନ୍ତୋଷ ଦେଖାଇବାରେ ଲାଗିଛନ୍ତି । କଲ୍କିର ସିକ୍ୟୁଏଲରୁ କାର୍ଯ୍ୟ କରିବାର ସମୟକୁ ନେଇ ଦୀପିକାଙ୍କୁ ବାଦ ଦିଆଯାଇଥିଲା । ଦୀପିକା ନୂଆନୂଆ ମା’ ହୋଇଥିବାରୁ ଆଠ ଘଣ୍ଟାର କାର୍ଯ୍ୟ ସମୟ ଦାବି କରିଥିଲେ । ହେଲେ ମେକର୍ସ ଏହାକୁ ଗ୍ରହଣ ନକରି ଦୀପିକାଙ୍କୁ ପ୍ରୋଜେକଫରୁ ବାଦ ଦେଇଥିଲେ । ହେଲେ ଏହାପରେ କ୍ରେଡିଟ ଲିଷ୍ଟରୁ ନାଁ ହଟାଇବା ଫ୍ୟାନମାନେ ଗ୍ରହଣ କରିପାରୁନାହାନ୍ତି । ଦୀପିକା ଉକ୍ତ ଫିଲ୍ମରେ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ତେଣୁ ତାଙ୍କର କ୍ରେଡିଟ ଲିଷ୍ଟରୁ ନାଁ ହଟାଇବା ତାଙ୍କ ପାଇଁ ଏକ ଅପମାନ ବୋଲି ଫ୍ୟାନମାନେ ମତ ଦେବାରେ ଲାଗିଛନ୍ତି । ତେବେ ସେପଟେ କିନ୍ତୁ କିଛି ଓଟିଟି ପ୍ଲାଟଫର୍ମରେ ଥିବା ଫିଲ୍ମର କ୍ରେଡିଟ ଲିଷ୍ଟରେ ଦୀପିକାଙ୍କ ନାଁ ରହିଛି, ହେଲେ କିଛି ଓଟିଟି ପ୍ଲାଟଫର୍ମରେ ଥିବା ସଂସ୍କରଣରେ ତାଙ୍କ ନାଁ ନାହିଁ । ତେଣୁ ଏହା ଜାଣିଶୁଣି କରାଯାଇଥିବା ନେଇ ଫ୍ୟାନମାନେ ଅଭିଯୋଗ କରିବା ସହିତ ଏହାକୁ ନେଇ ଖୁବ ଆଲୋଚନା କରୁଛନ୍ତି ।




