ଷ୍ଟାରକାଷ୍ଟଙ୍କ ଉପରେ ରହିଛି ଭରସା

ଷ୍ଟାରକାଷ୍ଟଙ୍କ ଉପରେ ରହିଛି ଭରସା
Ipsita Picture
By: Ipsita


ଛାବାର ସଫଳତା ପରେ ଲକ୍ଷ୍ମଣ ଉଟେକର ନିଜର ଅପକମିଂ ବାୟୋପିକ ଡ୍ରାମା ପାଇଁ ରେଡି ହେବାରେ ଲାଗିଛନ୍ତି । ଏହି ଫିଲ୍ମଟି ବିଶିଷ୍ଠ ଲାବନି ନୃତ୍ୟଶିଳ୍ପୀ ବିଠବି ନାରାୟଣଗାଓଁକରଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଛି । ଏହି ଫିଲ୍ମରେ ରଣଦୀପ ହୁଡ୍ଡାଙ୍କ ସହିତ ଶ୍ରଦ୍ଧା କପୁରଙ୍କୁ ଦର୍ଶକ ଦେଖିବାକୁ ପାଇବେ । କାଷ୍ଟିଂକୁ ନେଇ ମେକର୍ସମାନେ ଖୁବ ଆଶାବାଦୀ ଥିବା ଜଣାପଡିଛି । ଫିଲ୍ମରେ ନୃତ୍ୟଶିଳ୍ପୀଙ୍କର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କଥାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି । ସେହିଭଳି ଉଭୟ ଷ୍ଟାରକାଷ୍ଟଙ୍କର ଫ୍ୟାନବେସ ଖୁବ ଅଧିକ ଥିବାରୁ ଫିଲ୍ମଟି ସୁପରହିଟ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ସେହିଭଳି ଏଥିରେ ଦର୍ଶକଙ୍କୁ ଡ୍ରାମାର ଛୁଙ୍କ ମଧ୍ୟ ଦେଖିବାକୁ ମିଳିବ, ଯାହା ସମସ୍ତଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଖୁବଶୀଘ୍ର ଫିଲ୍ମଟି ପରଦାକ ଆଣିବାକୁ ମେକର୍ସ ଯୋଜନା କରୁଥିବା ପ୍ରକାଶ କରିଛନ୍ତି ।

Read More ଅଦିନେ ଅସ୍ତ

Tags: