ଏକ୍ସପ୍ରେସନ ୨୦୧୯ ସାସ୍କୃତିକ ମହୋତ୍ସବ ଆସନ୍ତା ନଭେମ୍ବର ୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି

ସମୟ ଲାଇଭ,୬/୧୧: ପୂର୍ବ ଭାରତର ସବୁଠାରୁ ବଡ ସାସ୍କୃତିକ ମହୋତ୍ସବ ଏକ୍ସପ୍ରେସନ ୨୦୧୯ ଆସନ୍ତା ନଭେମ୍ବର ୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି। ଏହା ୩ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ଅନେକ ପ୍ରତିଯୋଗୀ ଭାଗନେବାର କାର୍ଯ୍ୟକ୍ରମ ରହିଛି। ନାଚ,ଗୀତ ଏବଂ ବିଭିନ୍ନ ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିବେ। ଏହା ସହ ଏହି କ୍ଷେତ୍ରରେ ରୁଚି ରଖୁଥିବା ନୂଆ ନୂଆ ପ୍ରତିଭାମାନେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଦେଖେଇବେ। ବିଭିନ୍ନ ପ୍ରକାର ସାଂସ୍କୃତିକ […]

Samaya Live Picture
Published On

ସମୟ ଲାଇଭ,୬/୧୧: ପୂର୍ବ ଭାରତର ସବୁଠାରୁ ବଡ ସାସ୍କୃତିକ ମହୋତ୍ସବ ଏକ୍ସପ୍ରେସନ ୨୦୧୯ ଆସନ୍ତା ନଭେମ୍ବର ୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି। ଏହା ୩ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ଅନେକ ପ୍ରତିଯୋଗୀ ଭାଗନେବାର କାର୍ଯ୍ୟକ୍ରମ ରହିଛି। ନାଚ,ଗୀତ ଏବଂ ବିଭିନ୍ନ ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିବେ। ଏହା ସହ ଏହି କ୍ଷେତ୍ରରେ ରୁଚି ରଖୁଥିବା ନୂଆ ନୂଆ ପ୍ରତିଭାମାନେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଦେଖେଇବେ। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ପ୍ରତିଯୋଗୀ ସେମାନଙ୍କର କଳାର ପ୍ରଦର୍ଶନ କରିବେ ଯାହାକୁ ଏକ୍କପ୍ରେସନ ୨୦୧୯ ମଞ୍ଚ ଏକ ସୁବର୍ଣ୍ଣ ସୁଯୋଗ ଦେଉଛି। ଫୋଟଗ୍ରାଫି କ୍ଷେତ୍ରରେ ରୁଚି ରଖୁଥିବା ପିଲାମାନଙ୍କୁ ସେମାନଙ୍କର ଦକ୍ଷତା ପଅତିପାଦନ କରିବା ପାଇଁ ଏହି ମଞ୍ଚ ସୁଯୋଗ ଦେଉଥିବା ବେଳେ ଭବିଷ୍ୟତରେ ନିଜର ଫଟୋଗ୍ରାଫିକୁ ନେଇ ଅନେକ ସୁଯୋଗ ସୃଷ୍ଟି କରିପାରିବେ ବୋଲି ମତ ଦେଇଛନ୍ତି ଏହାର ଆବାହକ। ନୁକ୍କଡ ନାଟକ ଯାହା ଭାରତୀୟ ପରମ୍ପରାକୁ ଏକ ଛାପ ଦେବା ସହ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଇଥାଏ। ଆଗାଃ ଭାରତୀୟ ଯୁବ ସମାଜ ଉପରେ ଅନେକ ପ୍ରଭାବ ପକାଇବା ସହ ସମାଜକୁ ଦିଗଦର୍ଶନ ଦେଇଥାଏ। ଡକୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ସେମାନଙ୍କର ଦକ୍ଷତା ଦେଖାଇବେ ଏହି କାର୍ଯ୍ୟକ୍ରମରେ। ଯଦି ଆପଣଙ୍କ ଭିତରେ କିଛି ଟ୍ୟାଲେଣ୍ଟ ଅଛି ତେବେ ଏହକୁ ପ୍ରତିପାଦନ କରିବାକୁ ସୁଯୋଗ ଦେବ ଏକ୍ସପ୍ରେସନ ମଞ୍ଚ।

Tags: