ନୂଆ ପ୍ରୋଜେକ୍ଟକୁ ନେଇ ଉତ୍ସାହିତ

ନୂଆ ପ୍ରୋଜେକ୍ଟକୁ ନେଇ ଉତ୍ସାହିତ
Ipsita Picture
By: Ipsita
Published On

 

ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସବ୍ୟାନରରେ ନିର୍ମିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ଚାନ୍ଦ ମେରା ଦିଲ୍ର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ଅଭିନେତା ଲକ୍ଷ୍ୟ ଲାଲୱାନୀ ଏବଂ ଅନନ୍ୟା ପାଣ୍ଡେ ପ୍ରଥମ ଥର ପାଇଁ ଏକାଠି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ବିବେକ ସୋନିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନନ୍ୟା ଚାନ୍ଦନୀଓ ଲକ୍ଷ୍ୟ ଆରଭଚରିତ୍ରରେ ଅଭିନୟ କରୁଥିବାବେଳେ ଏହାର କାହାଣୀ ଦୁଇଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ବନ୍ଧୁତା, ପ୍ରେମ ଏବଂ ବିଚ୍ଛେଦକୁ ନେଇ ଗତିଶୀଳ ହୋଇଛି । ଟ୍ରେଲରର ଆରମ୍ଭ ଏକ ସରିରୁ ହେଉଛି, ଯେଉଁଠାରେ ଆରଭର ଏକ ଭୁଲକୁ ଚାନ୍ଦନୀ କ୍ଷମା କରିପାରୁ ନାହିଁ । ପରବର୍ତ୍ତୀ ସମୟରେ ଆରଭ ବାରମ୍ବାର ସୁଯୋଗ ମାଗୁଥିଲେ ମଧ୍ୟ ଚାନ୍ଦନୀ ପ୍ରେମ ଅପେକ୍ଷା ନିଜର ଆତ୍ମସମ୍ମାନକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଟ୍ରେଲରରେ ଥିବା ସଂଳାପ ସମ୍ମାନ ପ୍ରେମଠାରୁ ବଡ଼ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ସେହିଭଳି ଅନନ୍ୟା ପାଣ୍ଡେ ମଧ୍ୟ ନିଜର ନୂଆ ପ୍ରକଳ୍ପକୁ ନେଇ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।  ଫିଲ୍ମଟି ଆସନ୍ତା ମେ୨୨ ତାରିଖରେ ରିଲିଜ ହେବବୋଲି ସୂଚନା ରହିଛି ।

Tags: