କମବ୍ୟାକକୁ ନେଇ ଉତ୍ସାହିତ

କମବ୍ୟାକକୁ ନେଇ ଉତ୍ସାହିତ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଝିଅଙ୍କ ଜୀବନ ସଂଘର୍ଷମୟ

ହଲିଉଡରେ ସଫଳତା ପାଇବା ପରେ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଭାରତୀୟ ସିନେମାକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଏକ ପୋଡକାଷ୍ଟରେ ନିଜର ହଲିଉଡ୍ ଯାତ୍ରା ବିଷୟରେ ମନଖୋଲି କଥା ହୋଇଛନ୍ତି ପିସି । ଭାରତରେ କାମ କରିବା ସମୟରେ ସେ ନିଜକୁ କିଛିଟା ସୀମିତ ମନେ କରୁଥିଲେ, ଯେଉଁଥିପାଇଁ ସେ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ । ମିଣ୍ଡି କାଲିଙ୍ଗ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି କଳାକାରଙ୍କୁ ଦେଖି ସେ ପ୍ରଭାବିତ ହୋଇଥିଲେ ଏବଂ ଜଣେ କଠିନ ପରିଶ୍ରମୀ କଳାକାର ଭାବେ ନିଜ ଉପରେ ଭରସା ରଖି ପଦକ୍ଷେପ ନେଇଥିଲେ । ଦୀର୍ଘ ସାତ ବର୍ଷ ପରେ ସେ ଏସ୍.ଏସ୍. ରାଜାମୌଲିଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ବାରାଣସୀଜରିଆରେ ଭାରତୀୟ ପରଦାକୁ ସେ କମବ୍ୟାକ୍ କରୁଛନ୍ତି । ଏଥିରେ ସେ ମହେଶ ବାବୁ ଏବଂ ପୃଥ୍ୱୀରାଜ ସୁକୁମାରନଙ୍କ ସହ ନଜର ଆସିବେ । ଏହି ମେଗା ବଜେଟ୍ ଫିଲ୍ମଟି ଆସନ୍ତାବର୍ଷ ଏପ୍ରିଲରେ ରିଲିଜ କରାଯିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତଙ୍କୁ ପିସିଙ୍କର ଏହି ଫିଲ୍ମ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର ରଶ୍ମିକାଙ୍କ କଡା ଆଭିମୁଖ୍ୟ

Tags:

Related Posts