ଦର୍ଶକ ସବୁକିଛି

ଦର୍ଶକ ସବୁକିଛି
Ipsita Picture
By: Ipsita
Published On

 

ନିକଟରେ ମୁକ୍ତିଲାଭ କରିଥିବା ନୂଆ ଚଳଚ୍ଚିତ୍ର ‘ବେବି ଡୁ ଡାଇ ଡୁ’ର ପ୍ରଚାର ପାଇଁ ଶୁକ୍ରବାର ଦିନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବଲିଉଡ ଅଭିନେତ୍ରୀ ହୁମା କୁରେସୀ ଏବଂ ଫିଲ୍ମର ଷ୍ଟାରକାଷ୍ଟ ଡେରାଡୁନ୍‌ରେ ପହଞ୍ଚିଛନ୍ତି । ଏହି ଅବସରରେ ସିନେମାର ପ୍ରମୋସନ କରିବା ସହ ଟିମ୍ ଗଣମାଧ୍ୟମ ସହ ଆଲୋଚନା କରି ଫିଲ୍ମର କାହାଣୀ, ଦର୍ଶକଙ୍କଠାରୁ ମିଳୁଥିବା ସମର୍ଥନ ଏବଂ ପ୍ରଚାର ଅଭିଯାନ ବିଷୟରେ ସୂଚନା ଦେଇଛନ୍ତି । ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ୍ ହେବା ଦିନଠାରୁ ଦେଶର ବିଭିନ୍ନ ସିନେମା ହଲ୍‌ରେ ଶୋ’ ହାଉସଫୁଲ୍ ଚାଲିଥିବାବେଳେ ଏହି ପ୍ରତିକ୍ରିୟାକୁ ନିକଟରୁ ଦେଖିବା ଏବଂ ଦର୍ଶକଙ୍କ ସହ ସିଧାସଳଖ ଆଲୋଚନା କରି ଫିଡବ୍ୟାକ୍ ନେବା ପାଇଁ ସମ୍ପୂର୍ଣ୍ଣ ଟିମ୍ ବିଭିନ୍ନ ସହର ଗସ୍ତ କରୁଛନ୍ତି ।  ହୁମା କହିଛନ୍ତି ଯେ, ଏହା ଏକ ଅପେକ୍ଷାକୃତ ଛୋଟ ଚଳଚ୍ଚିତ୍ର ଏବଂ ଏହାର ବଡ଼ ସ୍ତରରେ ପ୍ରଚାର ପାଇଁ ବଜେଟ୍ ନାହିଁ । ତେଣୁ ଦର୍ଶକମାନେ ହିଁ ସେମାନଙ୍କର ସବୁଠାରୁ ବଡ଼ ପ୍ରଚାର ମାଧ୍ୟମ ପାଲଟିଛନ୍ତି । ମୁମ୍ବାଇର ଅପରାଧ ଦୁନିଆ ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମରେ କନ୍‌ଷ୍ଟ୍ରକ୍ସନ ମାଫିଆ, ଅପରାଧ ଏବଂ ରୋମାଞ୍ଚ ସହ ହାସ୍ୟରସର ଉପାଦାନଗୁଡ଼ିକୁ ସୁନ୍ଦର ଭାବେ ସଂଯୋଜିତ କରାଯାଇଛି । ଯେଉଁଥିରେ ସସପେନ୍ସ, କ୍ରାଇମ୍, ଥ୍ରୀଲର ଏବଂ କମେଡିର ଏକ ନିଆରା ମିଶ୍ରଣ ଦେଖିବାକୁ ମିଳିବ । ଫିଲ୍ମରେ ହୁମା କୁରେଶୀଙ୍କ ସହ ରଚିତ ସିଂହ ଏବଂ ମନୋରଥ ଶେଖାବତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ମୌଳିକ ତଥା ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରକୁ ସିନେମା ହଲ୍‌କୁ ଯାଇ ଦେଖିବା ପାଇଁ ସମଗ୍ର ଷ୍ଟାରକାଷ୍ଟ ଡେରାଡୁନ୍‌ର ଦର୍ଶକମାନଙ୍କୁ ନିବେଦନ କରିଛନ୍ତି ।

Tags: