ଇଶାଙ୍କ ବଲିଉଡ ଡେବ୍ୟୁ
ଗୁରୁମୀତ ଚୌଧୁରୀଙ୍କ ହୋମ୍ ପ୍ରଡକ୍ସନ୍ 'ଦେବ ଗୁରୁ ଫିଲ୍ମସ' ଏବଂ 'ରେଭା କ୍ରିଏଟିଭ୍ ହାଉସ୍'ର ମିଳିତ ସହଯୋଗରେ ନିର୍ମିତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ତୁମ୍ ମେରେ ହୋ'ର ଟ୍ରେଲର୍ ରିଲିଜ ହୋଇଛି । ଯାହା ଲଭ, ବ୍ରେକଅପର କାହାଣୀ ପ୍ରଦର୍ଶିତ କରୁଛି । ଗୁରୁମୀତ ପ୍ରଥମ ଥର ପାଇଁ ପ୍ରଯୋଜକ ଭାବେ କାର୍ଯ୍ୟ କରିବା ସହ ଅଭିନୟ ଓ ଆକ୍ସନ୍ ଦୃଶ୍ୟରେ ନଜର ଆସିଛନ୍ତି । ସେହିଭଳି ଏହି ଫିଲ୍ମ ଜରିଆରେ ଇଶା ମାଲଭିୟ ନିଜର ବଲିଉଡ୍ ଡେବ୍ୟୁ କରୁଥିବା ଜଣାପଡିଛି । ଆଶିଷ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏବଂ ଆରତୀ ଏସ୍, ଦେବୀନା ବାନାର୍ଜୀଙ୍କ ପ୍ରଯୋଜନାରେ ଏହି ଫିଲ୍ମଟିକୁ ନିର୍ମାଣ କରାଯାଇଛି । ଛୋଟ ପରଦାରେ ସମସ୍ତଙ୍କ ଫେଭରିଟ ଥିବା ଇଶା ବଡ ପରଦାରେ ମଧ୍ୟ କମାଲ କରିବେବୋଲି ଆଶା ରଖିଛନ୍ତି । ସେହିଭଳି ମେକର୍ସ ମଧ୍ୟ ଫିଲ୍ମ ହିଟ ହେବା ନେଇ ଆଶାବାଦୀ ଅଛନ୍ତି ।
Tags:




