ଭାବ ବିହ୍ୱଳ ହେଲେ ଇଶା
By: Ipsita
ନିକଟରେ ହିନ୍ଦି ଫିଲ୍ମ ତାର ହିମ୍ୟାନ ବି ଧର୍ମନ୍ଦ୍ରଙ୍କୁ ହରାଇଛି । ସମଗ୍ର ସିନେ ପ୍ରେମୀଙ୍କ ପାଇଁ ଜଣେ କଳାକାରଙ୍କର ବିୟୋଗ ହେଲେ ପରିବାର ପାଇଁ ଏହା ଏକ ଗମ୍ଭୀର ସମୟ । ଏହାରି ଭିତରେ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓ୍ୱଲଙ୍କର ଏକ ଭାବବିହ୍ୱଳ ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଇଶା ନିଜ ପୋଷ୍ଟରେ ଧର୍ମେନ୍ଦ୍ରଙ୍କର ତାଙ୍କ ଜୀବନରେ କଣ ଭୂମିକା ସେ ସମ୍ପର୍କରେ ଲେଖିଛନ୍ତି । ସେ ପ୍ରତିଟି ଜନ୍ମରେ ଧର୍ମେନ୍ଦ୍ରଙ୍କୁ ବାପା ଭଳି ଚାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସବୁବେଳେ ସେ ବାପାଙ୍କ ସହିତ ଏକାଠି ରହିବେ ବୋଲି ମତ ଦେଇଛନ୍ତି । ସବୁବେଳେ ବାପାଙ୍କର ଶିକ୍ଷାକୁ ପାଥେୟ କରି ଜୀବନରେ ଆଗକୁ ବଢିବେ । ଧର୍ମେନ୍ଦ୍ର ତାଙ୍କୁ ଦେଇଥିବା ଶିକ୍ଷା, ମାର୍ଗ ଦର୍ଶନ, ମର୍ଯ୍ୟାଦା ସବୁବେଳେ ତାଙ୍କର ଜୀବନରେ ଦରକାର ପଡିବ ବୋଲି ଇଶା ଲେଖିଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟଟି ଖୁବ ଭାଇରାଲ ହେବାରେ ଲାଗିଛି ।ୟୁଜର୍ସ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମନେ ପକାଉଥିବା ଦେଖିବାକୁ ମିଳୁଛି ।
Read More ଉର୍ମିଳାଙ୍କ ସହିତ ସମ୍ପର୍କ
Tags:


