ରାଜନୀତିରେ ବଢିଛି ଉତ୍ସୁକତା
ପରିଣୀତି ଚୋପ୍ରାଙ୍କର ଫିଲ୍ମ ‘ଅମର ସିଂ ଚମକିଲା’କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରଧରିଛି । ତେବେ ନିକଟରେ ତାଙ୍କ ଷ୍ଟେଟମେଣ୍ଟକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ବର୍ତ୍ତମାନ ଏକ ସାକ୍ଷାତକାରରେ ପରିଣୀତି ରାଜନୀତିରେ ଉତ୍ସୁକତା ନେଉଥିବା ପ୍ରକାଶ କରଛନ୍ତି । ରାଘବ ଚଢାଙ୍କୁ ବିବାହ କରିବା ପରେ ତାଙ୍କର ରାଜନୀତି ପ୍ରତି ଆଗ୍ରହ ବଢିଛି । ତେଣୁ ସେ ବର୍ତ୍ତମାନ ରାଜନୀତି ଆଲୋଚନାରେ ଭାଗ ନେଉଛନ୍ତି ବୋଲି ମତ ଦେଇଛନ୍ତି । ପରୀଙ୍କ ସ୍ୱାମୀ ରାଘବ […]
ପରିଣୀତି ଚୋପ୍ରାଙ୍କର ଫିଲ୍ମ ‘ଅମର ସିଂ ଚମକିଲା’କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରଧରିଛି । ତେବେ ନିକଟରେ ତାଙ୍କ ଷ୍ଟେଟମେଣ୍ଟକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ବର୍ତ୍ତମାନ ଏକ ସାକ୍ଷାତକାରରେ ପରିଣୀତି ରାଜନୀତିରେ ଉତ୍ସୁକତା ନେଉଥିବା ପ୍ରକାଶ କରଛନ୍ତି । ରାଘବ ଚଢାଙ୍କୁ ବିବାହ କରିବା ପରେ ତାଙ୍କର ରାଜନୀତି ପ୍ରତି ଆଗ୍ରହ ବଢିଛି । ତେଣୁ ସେ ବର୍ତ୍ତମାନ ରାଜନୀତି ଆଲୋଚନାରେ ଭାଗ ନେଉଛନ୍ତି ବୋଲି ମତ ଦେଇଛନ୍ତି । ପରୀଙ୍କ ସ୍ୱାମୀ ରାଘବ ଆମ ଆଦମୀ ପାର୍ଟିର ନେତା । ରାଘବଙ୍କ ସଂସ୍ପର୍ଶରେ ଆସିବା ଆଗରୁ ତାଙ୍କର ରାଜନୀତି ପ୍ରତି ଏତେ ରୁଚି ନଥିଲା ଏବଂ ଏହା ସମ୍ପର୍କରେ ମଧ୍ୟ ଖୁବ କମ ଜ୍ଞାନ ଥିଲା ବୋଲି ପରୀ ଏହି ସାକ୍ଷାତକାରରେ କହିଛନ୍ତି । ପରୀଙ୍କର ଏହି ମନ୍ତବ୍ୟ ପରେ ଫ୍ୟାନମାନେ ତାଙ୍କ ରାଜନୀତିରେ ଯୋଗ ନେଇ ଆକଳନ କରିବାରେ ମଧ୍ୟ ଲାଗିଛନ୍ତି । ତେବେ ପରୀ ଏହି ସାକ୍ଷାତକାରରେ ସେଭଳି କୌଣସି ସୂଚନା ଦେଇ ନାହାନ୍ତି ।




