ଗୁଜବର ଶେଷ

ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ବିବାହ ବିଚ୍ଛେଦକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଜାରି ରହିଛି । ଉଭୟ ଅଲଗା ରହୁଥିବା ଠାରୁ ଆରମ୍ଭ କରି ଅଭିଷେକଙ୍କର ଅନ୍ୟ ଅଭିନେତ୍ରୀଙ୍କ ସମ୍ପର୍କ ଏଭଳି ଅନେକ ଆଲୋଚନା ଜାରି ରହିଛି । ହେଲେ ଏହାରି ଭିତରେ ସବୁଥିରେ ପୂର୍ଣ୍ଣଛେଦ ପକାଇଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ । ନିକଟରେ ଏକ ହାଇ ପ୍ରୋଫାଇଲ୍‌ ପାର୍ଟିରେ ଉଭୟ ଐଶ୍‌ ଓ ଅଭିଷେକଙ୍କୁ ଏକାଠି ଦେଖିବାକୁ […]

Samaya Live Picture
Published On

ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ବିବାହ ବିଚ୍ଛେଦକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଜାରି ରହିଛି । ଉଭୟ ଅଲଗା ରହୁଥିବା ଠାରୁ ଆରମ୍ଭ କରି ଅଭିଷେକଙ୍କର ଅନ୍ୟ ଅଭିନେତ୍ରୀଙ୍କ ସମ୍ପର୍କ ଏଭଳି ଅନେକ ଆଲୋଚନା ଜାରି ରହିଛି । ହେଲେ ଏହାରି ଭିତରେ ସବୁଥିରେ ପୂର୍ଣ୍ଣଛେଦ ପକାଇଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ । ନିକଟରେ ଏକ ହାଇ ପ୍ରୋଫାଇଲ୍‌ ପାର୍ଟିରେ ଉଭୟ ଐଶ୍‌ ଓ ଅଭିଷେକଙ୍କୁ ଏକାଠି ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସବୁ ଗୁଜବକୁ ମିଛ ସାବସ୍ତ୍ୟ କରିଛି । ଉଭୟ ଏକାଠି ଥିବା ନେଇ ଫ୍ୟାନ୍‌ ଏକ ପ୍ରକାର ଆସ୍ୱସ୍ତି ହୋଇଛନ୍ତି । ଅନେକ ଦିନ ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ ବଚ୍ଚନ ପରିବାରର କେହି ଅନ୍ୟ ସଦସ୍ୟ ଦେଖିବାକୁ ମିଳିନାହାନ୍ତି, ଅନ୍ୟପଟେ ଐଶ୍‌ ଏହି ପାର୍ଟିରେ ନିଜ ମା’ଙ୍କ ସହିତ ନଜର ଆସିଛନ୍ତି । ତେବେ ଆଗକୁ ଅଭିଷେକ ଓ ଐଶ୍‌ଙ୍କ ଭିତରେ ସବୁକିଛି ଠିକ୍‌ ହୋଇଯାଉ ବୋଲି ଫ୍ୟାନମାନେ ଆଶା ରଖିଛନ୍ତି ।

Tags: