ଏଗାର କୋଟିର ଜୋତା
ଜୋତାର ଦାମ୍ ୧୧ କୋଟି । ଶୁଣିଲେ କେହି ବି ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସତ । ମାଇକେଲ ଜାର୍ଡନର ପ୍ରସିଦ୍ଧ ଫ୍ଲì ଗେମ୍ର ସ୍ନିକର୍ସ ଗୋଲଡେନ ଅକସନ୍ ୧.୩୮ ମିଲିଅନ୍ ଡଲାର ବା ୧୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାର ନିଲାମୀ ପ୍ରିତିଷ୍ଠିତ ୧୯୯୭ ଏନ୍ବିଏ ଫାଇନାଲର ୨୫ ବର୍ଷ ପୂର୍ତ୍ତି ଅବସରରେ କରାଯାଇଛି । ଏହି ମ୍ୟାଚ ସେତେବେଳେ ବେଶ୍ ଚର୍ଚ୍ଚାରେ ରହିଥିଲା । ଏହି ସ୍ନିକର୍ସ […]
ଜୋତାର ଦାମ୍ ୧୧ କୋଟି । ଶୁଣିଲେ କେହି ବି ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସତ । ମାଇକେଲ ଜାର୍ଡନର ପ୍ରସିଦ୍ଧ ଫ୍ଲì ଗେମ୍ର ସ୍ନିକର୍ସ ଗୋଲଡେନ ଅକସନ୍ ୧.୩୮ ମିଲିଅନ୍ ଡଲାର ବା ୧୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାର ନିଲାମୀ ପ୍ରିତିଷ୍ଠିତ ୧୯୯୭ ଏନ୍ବିଏ ଫାଇନାଲର ୨୫ ବର୍ଷ ପୂର୍ତ୍ତି ଅବସରରେ କରାଯାଇଛି । ଏହି ମ୍ୟାଚ ସେତେବେଳେ ବେଶ୍ ଚର୍ଚ୍ଚାରେ ରହିଥିଲା । ଏହି ସ୍ନିକର୍ସ ବହୁତ ଖାସ । ଏହି ଯୋତା ପିନ୍ଧି ମାଇକଲ ଫାଇନାଲ ମ୍ୟାଚରେ ଗେମ୍ ଜିତିବା ପାଇଁ ସବୁଠାରୁ ଭଲ ସଟ୍ ଖେଳିଥିଲେ । ଏହି ମ୍ୟାଚ୍ ବେଶ୍ ରୋମାଞ୍ଚପୂର୍ଣ୍ଣ ଥିଲା । ଏହି ମ୍ୟାଚ୍ ପରେ ମାଇକଲ ନିଜର ହସ୍ତାକ୍ଷର ଥିବା ଜୋତାକୁ ବଲବୟ ପ୍ରେଷ୍ଟନ୍ ଟୁମୈନଙ୍କୁ ଉପହାର ଦେଇଥିଲେ । ଏହା ପାଇବାର ୧୫ ବର୍ଷ ପରେ ବା ୨୦୧୩ରେ ସେ ଏହି ଜୋତାକୁ ନିଲାମୀ ପାଇଁ ଜମା କରିଥିଲେ । ଏହା ବର୍ତ୍ତମାନ ନିଲାମ ହୋଇଛି ।




