ନୂଆ ଅବତାରରେ ବିଦ୍ୟୁତ

ନୂଆ ଅବତାରରେ ବିଦ୍ୟୁତ
Ipsita Picture
By: Ipsita
Published On

 

ପାରାମାଉଣ୍ଟ ପିକ୍ଚର୍ସ ପକ୍ଷରୁ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଷ୍ଟ୍ରିଟ୍ ଫାଇଟର୍ର ଟ୍ରେଲର୍  ନିକଟରେ ରିଲିଜ ହୋଇଛି । ଏଥିରେ ବଲିଉଡ୍ ଆକ୍ସନ ଷ୍ଟାର୍ ବିଦ୍ୟୁତ୍ ଜମାଲଙ୍କ ହଲିଉଡ୍ ଡେବ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜାପାନୀ ଭିଡିଓ ଗେମ୍ ଫ୍ରାଞ୍ଚାଇଜ୍ ଉପରେ ଆଧାରିତ ଏହି ଫିଲ୍ମରେ ବିଦ୍ୟୁତ୍ ଧାଲସିମ୍ଭୂମିକାରେ ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ଯେଉଁଥିରେ ତାଙ୍କର ଲୁକ ଖୁବ ହଟକେ ହୋଇଛି । ୧୯୯୩ ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନୋଆ ସେଣ୍ଟିନିଓ (କେନ୍ ମାଷ୍ଟର୍ସ), ଜେସନ୍ ମୋମୋଆ (ବ୍ଲାଙ୍କା) ଏବଂ ଆଣ୍ଡ୍ର୍ୟୁ କୋଜି (ରୟୁ) ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି ।  ସେହିଭଳି ଏହାର ନିର୍ଦ୍ଦେଶନା କିତାଓ ସାକୁରାଇ ଦେଇଥିବାବେଳେ  ମଲ୍ଟି ଷ୍ଟାରକକାଷ୍ଟ୍ ଏହି ଆକ୍ସନ ଡ୍ରାମାକୁ ଅଧିକ ରୋମାଞ୍ଚକର କରିଛି । ଟ୍ରେଲରରେ ୱାର୍ଲ୍ଡ ୱାରିୟର୍ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଲୁଚି ରହିଥିବା ଏକ ଷଡ଼ଯନ୍ତ୍ର ଏବଂ ରୟୁ-କେନ୍ଙ୍କ ମଧ୍ୟରେ ସଂଘର୍ଷର ଝଲକ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ୧୬ ଅକ୍ଟୋବର ୨୦୨୬ରେ ରିଲିଜ ହେବ ବୋଲି ଜଣା ପଡିଛି ।

Tags: