ନୂଆ ପ୍ରୋଜେକ୍ଟ ପାଇଁ କସରତ

ନୂଆ ପ୍ରୋଜେକ୍ଟ ପାଇଁ କସରତ
Ipsita Picture
By: Ipsita
Published On

 

ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍‌ ଆଗାମୀ ଦିନରେ ଏକ ରୋମାଞ୍ଚକର ଥ୍ରୀଲର୍ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ, ଏଥିପାଇଁ ସେ ନିର୍ଦ୍ଦେଶକ ରିଭୁ ଦାସଗୁପ୍ତାଙ୍କ ସହ କାମ କରିବାକୁ ଯାଉଥିବା ଜଣାପଡ଼ିଛି । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ନାମକରଣ ହୋଇନଥିବା ଫିଲ୍ମର ସୁଟିଂ ଚଳିତ ମାସରେ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି । ସୂତ୍ର ଅନୁସାରେ, ଏହି ଫିଲ୍ମରେ ଜନ୍‌ଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ ଏବଂ ତାଙ୍କ ଚରିତ୍ରଟି ବେଶ୍ ଗଭୀର ଓ ସ୍ବତନ୍ତ୍ର ରହିଛି । ତେବେ ଏହି ଚରିତ୍ର ପାଇଁ ଆବଶ୍ୟକୀୟ ଥିବା ଶାରୀରିକ ଗଠନ ଓ ଭାବନାକୁ ଜନ୍ ବେଶ୍ ଭଲ ଭାବେ ପରଦାରେ ଜୀବନ୍ତ କରିପାରିବେ ବୋଲି ଟିମ୍‌ର ଦୃଢ଼ ବିଶ୍ୱାସ ରହିଛି । ପୂର୍ବରୁ ‘ତିନ୍’ ଏବଂ ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ ଭଳି ସଫଳ ଥ୍ରୀଲର୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରିଭୁ ଦାସଗୁପ୍ତାଙ୍କ ସହ ଜନ୍‌ଙ୍କ ଏହି ଯୋଡ଼ିକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ଅନ୍ୟପଟେ ଜନ୍ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ମାରିଆ ଆଇପିଏସ୍’ ପାଇଁ ନିଜ ଫିଜିକରେ ବଡ଼ ଧରଣର ପରିବର୍ତ୍ତନ ଆଣୁଛନ୍ତି । ପୂର୍ବତନ ପୋଲିସ ଅଧିକାରୀ ରାକେଶ ମାରିଆଙ୍କ ଜୀବନର ବିଭିନ୍ନ ଦଶନ୍ଧି ଉପରେ ଆଧାରିତ ଏହି ଚରିତ୍ରର ଯୁବାବସ୍ଥା ପାଇଁ ଜନ୍ ନିଜ ଓଜନ ବଢ଼ାଇଥିବା ବେଳେ ପରବର୍ତ୍ତୀ ବୟସର ଦୃଶ୍ୟ ପାଇଁ ଓଜନ ହ୍ରାସ କରିଛନ୍ତି । ଫିଲ୍ମକୁ ନେଇ ତାଙ୍କ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି ।

Tags: