ବ୍ୟସ୍ତ ଅଛନ୍ତି ଦିବ୍ୟା

ବ୍ୟସ୍ତ ଅଛନ୍ତି ଦିବ୍ୟା
Ipsita Picture
By: Ipsita
Published On

 

ଅଭିନେତ୍ରୀ ଦିବ୍ୟା ଦତ୍ତା, ଯିଏକି 'ବୀର ଜାରା', 'ଭାଗ୍ ମିଲ୍ଖା ଭାଗ୍'  ଭଳି ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା, ସେ ବର୍ତ୍ତମାନ ନିଜର ଆଗାମୀ ପ୍ରୋଜେକ୍ଟଗୁଡ଼ିକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ ମନୋଜ ବାଜପେୟୀଙ୍କ ସହ ଦୁଇଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ, ଯେଉଁଥିରେ ସେ ଖଳନାୟିକା ବା ନେଗେଟିଭ୍ ଭୂମିକାରେ ନଜର ଆସିବେ। ଏହି ଦୁଇଟି ଯାକ ଚରିତ୍ର ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି। ଏହା ବ୍ୟତୀତ, 'ସିକନ୍ଦର କା ମୁକଦ୍ଦର' ପରେ ସେ ପୁଣି ଥରେ ଜିମି ଶେରଗିଲ୍ଙ୍କ ସହ ଏକ ପ୍ରେମ କାହାଣୀରେ ମଧ୍ୟ ନଜର ଆସିବେ ଦିବ୍ୟା । କେବଳ ଚଳଚ୍ଚିତ୍ର ନୁହେଁ, ସେ ଖୁବଶୀଘ୍ର 'ଚିରୈୟା'  ନାମକ ଏକ ଓଟିଟି ଶୋ'ରେ ମଧ୍ୟ ନଜର ଆସିବେ, ଯେଉଁଥିରେ ସେ ଆକ୍ସନ ଓ ଡ୍ୟାନ୍ସ ଭଳି ଅନେକ ନୂଆ ଜିନିଷ କରିବାକୁ ସୁଯୋଗ ପାଇଥିବା କହିଛନ୍ତି। ଅଭିନେତ୍ରୀ ଦିବ୍ୟା ଦତ୍ତାଙ୍କୁ ଶେଷଥର ପାଇଁ ବିକ୍କି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଛାଭା'ରେ 'ରାଜମାତା ସୋୟରାବାଇ ଭୋସଲେ' ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିସହିତ ସେ ନିଜର ଚମତ୍କାର ଅଭିନୟର ପ୍ରତିଭା ତେଲୁଗୁ ଭାଷାର ରାଜନୈତିକ ଡ୍ରାମା ୱେବ୍ ସିରିଜ୍ 'ମାୟାସଭା' ରେ ମଧ୍ୟ ଦେଖାଇଥିଲେ ।

Tags: