ଭିନ୍ନ ଅବତାରରେ ଦିବ୍ୟା

ଭିନ୍ନ ଅବତାରରେ ଦିବ୍ୟା
Ipsita Picture
By: Ipsita
Published On

 

ଅଭିନେତ୍ରୀ ଦିବ୍ୟା ଦତ୍ତାଙ୍କ ନୂଆ ୱେବ୍ ସିରିଜ୍ ଚିରୈୟାର ଟିଜର୍ ରିଲିଜ୍ ହୋଇଯାଇଛି, ଯାହାକୁ ସୋସିଆଲ ମିଡିଆରେ ଖୁବ ଭଲପାଇବା ମିଳୁଛି । ଏହି ୱେବ ସିରିଜରେ ଭାରତୀୟ ପରିବାରରେ ଘଟୁଥିବା ଘରୋଇ ହିଂସା ଏବଂ ଅନ୍ୟାୟକୁ ଦର୍ଶାଯାଇଛି। ଟିଜର୍ର ଆରମ୍ଭ ଏକ ବିବାହର ଖୁସିଭରା ମୁହୂର୍ତ୍ତରୁ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ନୂଆ ବୋହୂ ପୂଜାଙ୍କ ଆଖିରେ ଲୁହ ଏବଂ ଶରୀରରେ ଆଘାତ ଘରୋଇ ହିଂସାକୁ ସୂଚାଉଛି ।  ଶଶାନ୍ତ ଶାହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିରିଜରେ ଦିବ୍ୟା ଦତ୍ତାଙ୍କ ସମେତ ସଞ୍ଜୟ ମିଶ୍ର, ଟିନୁ ଆନନ୍ଦ, ସରିତା ଯୋଶୀ, ସିଦ୍ଧାର୍ଥ ଶ’, ପ୍ରସନ୍ନ ବିଷ୍ଟ ଏବଂ ଫୈସଲ ରସିଦ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଦିବ୍ୟାଙ୍କ ଅଭିନୟକୁ ଦର୍ଶକ ଖୁବ ଭଲପାଇବା ଦେଉଛନ୍ତ । ଟିଜର ଦେଖି ସିରିଜଟି ଖୁବ ସୁନ୍ଦର ହୋଇଥିବାନେ ସୋସିଆଲ ମିଡିଆରେ ମତ ପ୍ରକାଶ ପାଇବାରେ ଲାଗିଛି । ଦିବ୍ୟା ସବୁବେଳେ ନିଜର ନିଆରା ଅଭିନୟ ଓ ଗମ୍ଭୀର ଡାଇଲଗ ଡେଲିଭରି ପାଇଁ ପରିଚିତ। ସବୁବେଳେ ତାଙ୍କୁ ଏକ ଭିନ୍ନ କାହାଣୀରେ ଦର୍ଶକ ଦେଖିଥାଆନ୍ତି । ଫ୍ୟାନଙ୍କ ଭିତରେ ଏହି  ସିରିଜ ପାଇଁ ଖୁବ ଆଗ୍ରହ ଦେଖିବାକୁ ମିଳୁଛି ।

Tags: