କଷ୍ଟ ଦେଇଥିଲା ବିବାହ ବିଚ୍ଛେଦ

କଷ୍ଟ ଦେଇଥିଲା ବିବାହ ବିଚ୍ଛେଦ
Ipsita Picture
By: Ipsita
Published On

 

ବଲିଉଡର ଜଣାଶୁଣା ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ଅଭିନେତ୍ରୀ ସୋହା ଅଲୀ ଖାନଙ୍କ ଏକ ପଡ୍କାଷ୍ଟରେ ନିଜ ବ୍ୟକ୍ତିଗତ ଜୀବନର କିଛି ଅକୁହା କଥା ଓ ପିଲାଦିନର ସଂଘର୍ଷ ସମ୍ପର୍କରେ ପ୍ରକାଶ କରିଛନ୍ତି । ଜୀବନରେ ଆର୍ଥିକ ସ୍ୱଚ୍ଛଳତା ଅପେକ୍ଷା ନିଜର ନୀତି ଓ ଆଦର୍ଶକୁ ପ୍ରାଧାନ୍ୟ ଦେଉଥିବା ବାପାଙ୍କ ସାମାଜିକ ଚିନ୍ତାଧାରା ଯୋଗୁଁ ହିଁ ତାଙ୍କ ବାପା-ମାଙ୍କ ମଧ୍ୟରେ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି । ଥରେ ଏକ କାରଖାନା ନିକଟସ୍ଥ ନଦୀକୁ ଦୂଷିତ ବର୍ଜ୍ୟବସ୍ତୁ ନିଷ୍କାସନ କରୁଥିବା ଜାଣିବା ପରେ ତାଙ୍କ ବାପା ଏକ ମୋଟା ଅଙ୍କର ଦରମା ମିଳୁଥିବା ପ୍ରୋଜେକ୍ଟକୁ ସିଧାସଳଖ ମନା କରିଦେଇଥିଲେ । ସେତେବେଳେ ଘରର ଆର୍ଥିକ ଅଭାବ ଓ ସ୍କୁଲ୍ ଫିସ୍ ଦେବାକୁ ନେଇ ମାଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲେ ସୁଦ୍ଧା ବାପା ନିଜ ନିଷ୍ପତ୍ତିରେ ଅଟଳ ରହି କହିଥିଲେ । ଏହାପରେ କିଛି ତାଙ୍କ ବାପା ମାଆଙ୍କର ବିବାହ ବିଚ୍ଛେଦ ଘଟିଥିଲା, ଯାହା ତାଙ୍କୁ ଅନକ କଷ୍ଟ ଦେବାସହ ଅନେକ କିଛି ଶିଖାଇଥିଲା । ସେହିଭଳି କ୍ୟାରିୟରରେ ମଧ୍ୟ ଅନେକ ସଂଘର୍ଷ କରିଥିଲେ । ନିଜ କ୍ୟାରିୟରର ଶୀର୍ଷରେ ଥିବା ସମୟରେ ଅର୍ଥାତ୍ ୨୦୦୫ ମସିହାରେ ମାତ୍ର ୨୪ ବର୍ଷ ବୟସରେ, ଅଭିନୟରେ ସନ୍ତୁଷ୍ଟ ନଥିବାରୁ ସେ ପ୍ରାୟ ଦୁଇ ବର୍ଷର ବିରତି ନେଇ ନିଜ ଭିତରର ପ୍ରକୃତ ମଣିଷକୁ ଖୋଜିବାକୁ ଚେଷ୍ଟା କରିଥିଲେ । ସେହି ଦିନଠାରୁ ସେ ନିଜ ନୀତିଆଦର୍ଶ ସହିତ ଜଡ଼ିତ କାହାଣୀ ଓ ପରିବେଶ ସୁରକ୍ଷା ଅଭିଯାନକୁ ସଫଳତାର ସହ ଆଗକୁ ବଢ଼ାଉଛନ୍ତି ।

Tags: